ରିପୋର୍ଟ କାର୍ଡ / ଭୁବନେଶ୍ୱର
ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣିଥରେ ମହାବଳ ବାଘ ଫେରାଇ ଆଣିବାକୁ ବନ ବିଭାଗ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରଖିଛି। ୧୫ଟି ସର୍ତ୍ତ ସହ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନଟିସିଏ) ଅନୁମତି ପ୍ରଦାନ କରିଥିବାରୁ ବନ ବିଭାଗ ଗୋଟିଏ ପରେ ଗୋଟିଏ ସର୍ତ୍ତ ପୂରଣ କରୁଛି। ଅଭୟାରଣ୍ୟର କୋର୍ ଏରିଆ ଇତି ମଧ୍ୟରେ ଗାଁ ଶୂନ୍ୟ ହୋଇଛି। ସେଠାରେ ରହୁଥିବା ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରାଯିବା ସହ ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯାଇଛି। ନନ୍ଦନକାନନରେ ପ୍ରାଣୀ ଉଦ୍ୟାନରେ ଥିବା ପ୍ରାୟ ୨୦୦ ହରିଣ, କୁଟୁରା, ସମ୍ବରଙ୍କୁ ସାତକୋଶିଆର କୋର୍ ଏରିଆକୁ ସ୍ଥାନାନ୍ତର କରାଯିବ। ତା ପୂର୍ବରୁ ସାତକୋଶିଆ ଅଭୟାରଣ୍ୟରେ ସ୍ଵତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ ନିୟୋଜିତ ହୋଇଛନ୍ତି। ଏବେ ସେମାନଙ୍କୁ ଅଭୟାରଣ୍ୟର ଟୁଲୁକାଠାରେ ତାଲିମ ଦିଆଯାଉଥିବା ପିସିସି ବନ କର୍ମଚାରୀ ଓ ଅବସରପ୍ରାପ୍ତ ସୈନିକଙ୍କୁ ମିଶାଇ ଏସଟିପିଏଫ୍ ରେ ମୋଟ୍ ୩୦ ଜଣ ସଦସ୍ୟ ରହିଛନ୍ତି। ଜଙ୍ଗଲ ଭିତରେ କିଭଳି ଭାବେ ବୁଲିବେ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ନିୟୋଜିତ ହେବେ , ସେନେଇ ଅବସରପ୍ରାପ୍ତ ସୈନିକଙ୍କ ଦ୍ଵାରା ତାଲିମ ଦିଆଯାଉଛି।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..