ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛି | ଏହା ପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ କରାଇବା ସହିତ ମାର୍ଗଦର୍ଶିକା ଜାରି ରହିଛି | ୧୫ ଦିନ ତଳେ ପାକିସ୍ତାନରେ ଏକାଧିକ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭାରତରେ ଆଗୁଆ କୌଣସି ପଦକ୍ଷେପ ନିଆଯାଇନଥିଲା | ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଙ୍କିପକ୍ସ କିପରି ବ୍ୟାପେ ଏବଂ କିପରି ଆଗୁଆ ପ୍ରତିଷେଧମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ମାର୍ଗଦର୍ଶିକାରେ କୁହାଯାଇଛି | ଲୋକଙ୍କ ମଧ୍ୟରେ ଯେପରି ଭୟର ବାତାବରଣ ସୃଷ୍ଟି ନ ଦେବ ସେଥିପ୍ରତି ଧ୍ୟାନ ଦେବାକୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି | ନିକଟରେ ଜଣେ ଯୁବକ ଭାରତ ଆଫ୍ରିକୀୟ ଦେଶରୁ ଭାରତ ଫେରିଥିଲେ | ସେ ଏଠାକୁ ଆସିବା ପରେ ତାଙ୍କଠାରେ ମଙ୍କିପକ୍ସ ଲକ୍ଷଣ ଦେଖିବାକୁ ମିଳିଥିଲା | ସମ୍ପୃକ୍ତ ଯୁବକଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଛି | ମଙ୍କିପକ୍ସ ଆକ୍ରାନ୍ତ କି ନୁହେଁ ସ୍ପଷ୍ଟ କରିବାକୁ ପରୀକ୍ଷା କରାଯାଉଛି |






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..