Report Card Odisha

| Daily Odia News

୧୭ ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୭ ତାରିଖ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଙ୍ଗଳବାର ପୂର୍ବାହ୍ନ ୧୧ ଟା ୩୫ରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ପୂର୍ବାହ୍ନ ୧୧ଟା ୫୫ରେ ଜନତାରେ ମଇଦାନ ପହଞ୍ଚିବେ । ସେଠାରେ ୧୨ଟାରୁ ସଭା ଆରମ୍ଭ ହେବ। ବିିଭିନ୍ନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଜନତା ମଇଦାନ ସଭା ପରେ ବିମାନବନ୍ଦର ଯାଇ ସେଠାରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ମୋଦୀ। ଜନତା ମଇଦାନରେ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବାର ଯୋଜନା ରହିଛି । ୧୭ ସୁଦ୍ଧା ଚୟନ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟଙ୍କା ମିଳିବ ବୋଲି ସୂଚନା ମିଳିଛି ।

Breaking News