ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭରତପୁର ଥାନାରେ ମେଜରଙ୍କୁ ମାଡ ଘଟଣାରେ ୫ ପୋଲିସ ନିଲମ୍ବିତ କରାଯାଇଛି। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଡିଜିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର , ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳବୟୀ ସାହୁ ଓ ସାଗରିକା ରଥଙ୍କୁ ସସ୍ପେଣ୍ଡ କରାଯାଇଛି। କନଷ୍ଟେବଳ ବଳରାମ ହାଁସଦାଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି ।ଭରତପୁର ଥାନା ଅଧିକାରୀ ଏବଂ ମହିଳା ଏଏସଆଇଙ୍କୁ ଭୁବନେଶ୍ଵର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନାର ନୂଆ ଆଇଆଇସି ଭାବରେ ଏବେ ନିଯୁକ୍ତି ମିଳିଛି। ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯ୍ୟାତନାର ଅଭିଯୋଗ ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ପରେ ସେମାନଙ୍କୁ ଏବେ ବଦଳି କରାଯାଇଛି। ଭରତପୁର ପୁଲିସ ବିରୋଧରେ ନିଜ ବାନ୍ଧବୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ନେଇ ଜଣେ ସ୍ଥଳସେନା ଅଧିକାରୀ ସାଂଘାତିକ ଅଭିଯୋଗ ଆଣିଥିଲେ। ଯାହାର ଏବେ କ୍ରାଇମବ୍ରାଞ୍ଚ ଖୋଳତାଡ କରୁଛି।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..