Report Card Odisha

| Daily Odia News

ପୋଲିସ କୁ ପିଟିଲେ ଲୋକେ,୨ ଗୁରୁତର…..

ରିପୋର୍ଟ କାର୍ଡ / ଭଦ୍ରକ

ପୂର୍ବ ଗଣ୍ଡଗୋଳ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଉଠାଇବାକୁ ଯାଇଥିଲା ପୋଲିସ । ମାତ୍ର ପ୍ରକୃତ ଅଭିଯୁକ୍ତଙ୍କ ବଦଳରେ ଅନ୍ୟଜଣେ ନିରୀହ ଲୋକଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲା ପୋଲିସ । ଏହାକୁ ନେଇ ପୋଲିସ ଉପରେ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏଥିରେ ଦୁଇ ଜଣ ପୋଲିସ ଗୁରୁତର ହୋଇଥିବା ବେଳେ ଆକ୍ରମଣ ଘଟଣାରେ ଜଣଙ୍କୁ ଉଠାଇ ନେଇଛି ପୋଲିସ। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ଧାମନଗର ଥାନାର ASI ଓ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ଧାମନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଧାମନଗରରେ ଏକ ଗଣ୍ଡଗୋଳ ଘଟଣା ଘଟିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ତଦନ୍ତ କରିବା ନିମନ୍ତେ ପୋଲିସ ଚୁଡାକୁଟି ବଜାରରେ ପହଞ୍ଚିଥିଲା। ସେଠାରେ ପୋଲିସ ପ୍ରକୃତ ଅଭିଯୁକ୍ତଙ୍କ ବଦଳରେ ଭୁଲବଶଃତ ଆଉ ଜଣଙ୍କୁ ଉଠାଇ ନେଉଥିଲା। ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବାରୁ ସେମାନେ ପୁଲିସ୍ ସହ ମୁହାଁମୁହିଁ ହୋଇଥିଲେ। ଲୋକଙ୍କ ଆକ୍ରମଣରେ ଜଣେ ASI ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଆକ୍ରମଣ ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଖବର ପାଇ ଧାମନଗର ଏସଡିପିଓ ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି। ଏଥିସହ ତୁରନ୍ତ ଏଥିରେ ସମ୍ପୃକ୍ତ ଅନ୍ୟମାନେ ଥାନାରେ ଆତ୍ମସମର୍ପଣ ନ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଏସଡିପିଓ ଚେତାବନୀ ଦେଇଛନ୍ତି।

Breaking News