Report Card Odisha

| Daily Odia News

ହାଇକୋର୍ଟ ବିଚାରପତିଙ୍କୁ ଭର୍ତ୍ସନା କଲେ ସୁପ୍ରିମ୍‌କୋର୍ଟ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କର୍ଣ୍ଣାଟକ ହାଇକୋର୍ଟର ଜଣେ ବିଚାରପତିଙ୍କକୁ ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ଶୁକ୍ରବାର ଦିନ ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ। ଏହାସହିତ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ପ୍ରଧାନ ବିଚାରପତିଙ୍କଠାରୁ ରିପୋର୍ଟ ମଧ୍ୟ ମାଗିଛନ୍ତି। କର୍ଣ୍ଣାଟକର ବିଚାରପତି ଜଣଙ୍କୁ ଏକ ଭାଇରାଲ୍‌ ଭିିଡିଓରେ ବେଙ୍ଗାଲୁରୁର ଏକ ସଂଖ୍ୟାଲଘୁ ଅଞ୍ଚଳକୁ ‘‘ପାକିସ୍ତାନ’’ ବୋଲି କହୁଥିବାର ଦେଖିବାକୁ ମିଳିଥିଲା। ସେହି ଭାଇରାଲ୍‌ ଭିଡିଓକୁ ଧ୍ୟାନରେ ରଖି ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ନ୍ୟାୟିକ ନିୟମ ମାନିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନିକଟରେ ଜଣେ ଜମି ମାଲିକ-ଭଡାଟିଆଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଉପରେ ଶୁଣାଣି ବେଳେ ଜଷ୍ଟିସ ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ମୁସଲମାନ ସଂଖ୍ୟାଲଘୁ ଅଞ୍ଚଳକୁ “ପାକିସ୍ଥାନ” ବୋଲି କହିଥିଲେ। ତାଙ୍କ ସେହି ମନ୍ତବ୍ୟ ଉପରେ ଶୁଣାଣି କରି ଖଣ୍ଡପୀଠ ଦର୍ଶାଇଛି ଯେ ସୋସିଆଲ ମିଡିଆ ସକ୍ରିୟ ଭାବରେ କୋର୍ଟର ପ୍ରକ୍ରିୟା ଉପରେ ନଜର ରଖିଛି। ତେଣୁ କୋର୍ଟରେ ନ୍ୟାୟିକ ମନ୍ତବ୍ୟଗୁଡିକ ଆଶା କରାଯାଉଥିବା ଶୈଳୀରେ ହେବା ଜରୁରୀ।

Breaking News