ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତ ପ୍ରଧାନଙ୍କୁ ପୋଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ସାମ୍ନାକୁ ଆସିଛି ରୋଡ ରୋମିଓଙ୍କ ଉତ୍ପାତ ବେଳର ଭିଡ଼ିଓ। ସେଦିନ ରାତିରେ ଚନ୍ଦକା ଥାନା ଅଞ୍ଚଳ ପଥରଗାଡିଆ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ରୋଡ ରୋମିଓ ମାନେ କିଭଳି ବ୍ୟବହାର କରିଥିଲେ ତାହା ଏହି ଭିଡ଼ିଓରୁ ସ୍ପଷ୍ଟ ଜଣାପଡ଼ିଛି। ଯେଉଁଥିରେ କିଛି ଯୁବକଙ୍କ ସହ ମେଜର ଓ ତାଙ୍କ ବାନ୍ଧବୀଙ୍କ ମଧ୍ୟରେ କଥା କଟାକଟି, ଧସ୍ତାଧସ୍ତି ଓ ମାରପିଟ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଭିଡ଼ିଓରୁ ଜଣାପଡ଼ିଛି। ୧୦ରୁ ୧୨ଜଣ ରୋଡ ରୋମିଓମାନେ ସେମାନଙ୍କ ସହ ଦୁର୍ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଏହାକୁ ନେଇ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ। ଏହି ଘଟଣାରେ ୭ଜଣ ରୋଡ ରୋମିଓଙ୍କୁ ଚନ୍ଦକା ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଇଛି।






More Stories
ଝିଅ ଜନ୍ମ ହେଲେ ସରକାର ଦେବେ ଟଙ୍କା…..
ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ…..
ପଶ୍ଚିମବଙ୍ଗରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…..