Report Card Odisha

| Daily Odia News

ଡିସେମ୍ବରରେ ଭଙ୍ଗାଯିବ ଓଡିଶା ଭବନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡିସେମ୍ବର ତୃତୀୟ ସପ୍ତାହରେ ଭଙ୍ଗାଯିବ ଓଡିଶା ଭବନ। ଏ ନେଇ ପ୍ରଶାସନିକ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଚି। ୧୯୮୦ ମସିହାରେ ନିର୍ମାଣ ହୋଇଥିବା ଚାଣକ୍ୟପୁରୀସ୍ଥିତ ଓଡିଶା ଭବନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ନେଇ ନୂଆଦିଲ୍ଲୀ ପୌର ପରିଷଦର ସୂଚନା ପରେ ଏହାର ଅଡିଟ୍ କରାଯାଇଥିଲା। ଏହାପରେ ଚଳିତ ମାସରେ ଗୃହ ବିଭାଗ ଦ୍ଵାରା ଓଡିଶା ଭବନକୁ ବିପଦ ସଙ୍କୁଳ ବୋଲି ଘୋଷଣା କରାଯାଇଥିଲା। ତେବେ ଏହାକୁ ଭାଙ୍ଗି ନୂଆ କୋଠା ନିର୍ମାଣ କରାଯିବ। ରାଜ୍ୟ ପୂର୍ତ୍ତ ବିଭାଗ ଏହାର ନିର୍ମାଣ କରିବ। ଏହା ୭ ମହଲା ବିଶିଷ୍ଟ ହେବ । ଏ ନେଇ ଦିଲ୍ଲୀ ବିକାଶ ପ୍ରାଧିକରଣ କୁ ପୂର୍ତ୍ତ ବିଭାଗ ପ୍ରସ୍ତାବ ଦେଇଛି। ନୂଆ ଓଡିଶା ଭବନରେ ୮୦ଟି କୋଠରୀ ନିର୍ମାଣ ହେବାକୁ ଥିବାବେଳେ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା ରହିବ। ତେବେ ଓଡିଶା ଭବନକୁ ଭାଙ୍ଗି ଦିଆଯିବାକୁ ଘୋଷଣା ପରେ ଚଳିତ ମାସ ୧୦ ତାରିଖରୁ ଅତିଥି ମାନଙ୍କ ରହଣି ପାଇଁ ବୁକିଂ ବନ୍ଦ କରି ଦିଆଯାଇଛି। ବିକଳ୍ପ ଭାବେ ଓଡିଶା ଭବନକୁ ଲାଗି ରହିଥିବା ଅଶୋକ ହୋଟେଲରେ ସମସ୍ତ ଅତିଥି ମାନଙ୍କ ରହିବା ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି।

Breaking News