Report Card Odisha

| Daily Odia News

୨୪ରେ ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା….

ରିପୋର୍ଟ କାର୍ଡ / ଭୁବନେଶ୍ଵର

ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ଵର ବନ୍ଦ ଡାକରା ଦେଇଛି ବିଜେଡି। ଏଭଳି ଲଜ୍ଜା ଘଟଣା ଯୋଗୁଁ ରାଜ୍ୟର ସମ୍ମାନ ଭୂଲୁଣ୍ଠିତ ହୋଇଛି। ଏହି ଘଟଣା ନାଗରିକ ସମାଜକୁ ଗଭୀର ଆଘାତ ଦେଇଛି। ଘଟଣାକୁ ଲୁଚାଇ ଦେବାକୁ ଉଦ୍ୟମ କରାଯାଇଥିଲା। ହାଇକୋର୍ଟଙ୍କ ଯୋଗୁଁ ଘଟଣା ଲୁଚି ରହିପାରିଲାନି। ତେବେ ବନ୍ଦ ଡାକରା ନେଇ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି। ସେପଟେ ଶନିବାର ଏହି ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି ଅଦାଲତ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗିରଫ ସମ୍ପର୍କିତ ସୂଚନା ଦେବାର ମାତ୍ର ୪ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଜାମିନ୍‌ ମିଳିବା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ପୋଲିସର ହାଲୁକା ତଦନ୍ତ ଯୋଗୁଁ ଅଭିଯୁକ୍ତଙ୍କୁ ତୁରନ୍ତ ଜାମିନ ମିଳିଥିବା ଅଭିଯୋଗ ହେଉଛି। ଅଭିଯୁକ୍ତମାନେ ହେଲେ ଖଣ୍ଡଗିରି ଥାନା ଡୁମୁଡୁମାରେ ରହୁଥିବା ଭଦ୍ରକ ଚାନ୍ଦବାଲି ଥାନା ଅଞ୍ଚଳର ରାକେଶ ନାୟକ, ରାଉରକେଲା କୋଏଲ ନଗରର ଅଭିଳାଷ ସାମନ୍ତ, କେନ୍ଦ୍ରାପଡ଼ା ମାର୍ଶାଘାଇର ଅମନ କୁମାର, ଭଦ୍ରକ ଅଞ୍ଚଳର ଆଦିତ୍ୟ ରଞ୍ଜନ ବେହେରା, ରାଉରକେଲା ସେକ୍ଟର-୪ରେ ରହୁଥିବା ଆକାଶ ପଢ଼ିଆରୀ, ହରିଶ ମହନ୍ତ, ଚିଲିକା ଅଞ୍ଚଳର ସମୀର ଆଶିଷ କୁମାର ସ୍ବାଇଁ। ଶୁକ୍ରବାର ପୋଲିସ ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ପୋଲିସ ୨ଟି କାର୍‌, ୧୧ଟି ମୋବାଇଲ୍‌ ଫୋନ୍‌ ଜବତ କରିଥିଲା। ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ୪ ଘଣ୍ଟା ମଧ୍ୟରେ ଜାମିନ ପାଇଥିଲେ ରୋଡ୍ ରୋମିଓ |

Breaking News