ରିପୋର୍ଟ କାର୍ଡ / ପୁରୀ
ଆଜି ମୂଳାଷ୍ଟମୀ | ଶକ୍ତି ପୀଠରେ ଶାରଦୀୟ ପାର୍ବଣର ଆଦ୍ୟ ଅଧ୍ୟାୟ ଷୋଳପୂଜା ଆରମ୍ଭ ହେଉଛି | ଆଜିଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା ବିଧିହେବ। ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମାଆଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨୧ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷେଡଶ ଦିନାତ୍ମକ ପୂଜା ପାଇଁ ଆମନ୍ତ୍ରଣ କରିଛନ୍ତି। ଶାରଦୀୟ ପୂଜା ଅବସରରେ ଦେବୀ ଦୁର୍ଗାଙ୍କର ପୂଜା ଚାଲିଥିବାବେଳେ ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଏକତ୍ର ଉପାସନାର ପରମ୍ପରା ରହିଛି। ଶ୍ରୀମନ୍ଦିରରେ ଆଜିଠାରୁ ଶାକ୍ତ ଏବଂ ଶକ୍ତିଙ୍କର ଉପାସନା ସ୍ଵରୂପ ଦୁର୍ଗା ମାଧବଙ୍କୁ ପୂଜାର୍ଚ୍ଚନା କରାଯାଇଛି। ଶାରଦୀୟ ପୂଜା ପାଇଁ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ପୀଠ ସହ ପୁରୀର ଅନ୍ୟାନ୍ୟ ପ୍ରତିଷ୍ଠିତ ଶକ୍ତିପୀଠ ପାଇଁ ଶ୍ରୀନଅରକୁ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଆଜିଠୁ ଶ୍ରୀକ୍ଷେତ୍ରରେ ସବୁ ଶକ୍ତିପୀଠ ମାନଙ୍କରେ ଚଣ୍ଡିପାଠ ଆରମ୍ଭ ହେବ।






More Stories
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..