ରିପୋର୍ଟ କାର୍ଡ / ଭୁବନେଶ୍ଵର
ଭରତପୁର ଥାନାରେ ଲାଗିଛି ସିସିଟିଭି। କଏଦ ହେବ ଥାନା ଭିତରେ ଘଟୁଥିବା ସବୁ ଦୃଶ୍ୟ। ଭରତପୁର ଥାନାରେ ୨୫ଟି ସିସିଟିଭି ଲାଗିବାକୁ ବ୍ୟବସ୍ଥା ଥିବା ବେଳେ ଆଜି ୧୬ଟି ଇନଷ୍ଟଲ୍ ହୋଇଛି। ଥାନାରେ ଭିତରେ ଓ ବାହାରେ ଏହି ସିସିଟିଭି ଲାଗିଛି। ଖୁବ୍ ଶୀଘ୍ର ବାକି ସମସ୍ତ ସିସିଟିଭି ଲାଗିବ ବୋଲି ଜଣାପଡ଼ିଛି। ଭାରତୀୟ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଚର୍ଚ୍ଚାର ପରିସରକୁ ଆସିଥିଲା ଭରତପୁର ଥାନା। ଏହି ମାମଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା। ସେତେବେଳେ ସିସିଟିଭି ଥାନାରେ ନ ଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଥିଲା। ଭରତପୁର ଆଦର୍ଶ ଥାନା ହୋଇଥିବା ବେଳେ କିପରି ସେଠାରେ ସିସିଟିଭି ଲାଗି ନାହିଁ ,ତାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।






More Stories
ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ…..
ସକାଳୁଆ ସ୍କୁଲ…..
କମିବ ତାପମାତ୍ରା…..