ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅତିଶୀ ମାର୍ଲେନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଅତିଶୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ପଡ଼ିଥିବା ଚୌକିରେ ବସିଥିଲେ। ତେବେ ତାଙ୍କ ଚୌକି ବାମ ପାର୍ଶ୍ବରେ ଆଉ ଏକ ଖାଲି ଚୌକି ଦେଖିବାକୁ ମିଳିଥିଲା। ଏହି ଖାଲି ଚୌକି ବିଷୟରେ ଅତିଶୀ କହିଥିଲେ, ଏହି ଚୌକି ଅରବିନ୍ଦ କେଜ୍ରିଓ୍ବାଲ ଫେରିବା ପର୍ଯ୍ୟନ୍ତ ଏହି ପ୍ରକୋଷ୍ଠରେ ରହିବ। ଏହି ଚୌକି କେଜ୍ରିଓ୍ବାଲଙ୍କ ଅପେକ୍ଷାରେ ବି ରହିବ। ତେବେ ଏହାକୁ ନେଇ ବିଜେପି ଆମ ଆଦମୀ ପାର୍ଟିକୁ ସମାଲୋଚନା କରିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ପାଖରେ ଆଉ ଏକ ଖାଲି ଚୌକି ରଖାଯିବା ଆଦର୍ଶ ପାଳନ ନୁହେଁ, ବରଂ ଚାମଚାଗିରି ବୋଲି ବିଜେପି କହିଛି। ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା କହିଛନ୍ତି, ଅତିଶୀ ଏଭଳି କାର୍ଯ୍ୟକରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦବୀର ଗରିମା କ୍ଷୁଣ୍ଣ କରିବା ସହିତ ଦିଲ୍ଲୀବାସୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛନ୍ତି। ଏହା କୌଣସି ପ୍ରକାର ଆଦର୍ଶ ପାଳନ ନୁହେଁ, ସିଧାସଳଖ ଭାବେ ଚାମଚାଗିରି। କେଜ୍ରିଓ୍ବାଲ ଜବାବ ଦିଅନ୍ତୁ କି ସେ ଏହିପରି ଭାବେ ରିମୋଟ୍ କଂଟ୍ରୋଲ ଜରିଆରେ ଦିଲ୍ଲୀ ସରକାର ଚଳାଇବେ କି ବୋଲି ବୀରେନ୍ଦ୍ର ପ୍ରଶ୍ନ କରିଛନ୍ତି।






More Stories
ଜଳ ଜୀବନର ଆଧାର……
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..