ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରବଳ ବର୍ଷାରେ ମୁମ୍ବାଇ ଏବଂ ଏହାର ପଡୋଶୀ ଅଞ୍ଚଳରେ ଯାନବାହାନ ଏବଂ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ବୁଧବାର ସନ୍ଧ୍ୟାରେ ସହର ଏବଂ ଏହାର ଉପକଣ୍ଠରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ଧେରୀ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଣେ ମହିଳା ଓଭରବ୍ରିଜ୍ ଡ୍ରେନ୍ରେ ବୁଡ଼ି ଯାଇଥିଲେ। ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ପ୍ରବଳ ବର୍ଷା ହେତୁ ଅନେକ ଟ୍ରେନ୍ ଟ୍ରାକରେ ଛିଡ଼ା ହୋଇରହିଛି। ଚାରିଆଡ଼େ ପାଣି ଜମି ଥିବା ହେତୁ ସ୍ଥାନୀୟ ରେଳ ସେବା ବନ୍ଦ ହୋଇଯାଇଛି ଏବଂ ୧୪ଟି ବିମାନ ଚଳାଚଳ ବନ୍ଦ ହୋଇଯାଇଛି। ବିଳମ୍ବିତ ରାତିରେ ବର୍ଷା ତୀବ୍ରତା ହ୍ରାସ ପାଇବା ପରେ ପରିସ୍ଥିତି ସୁଧୁରିଥିଲେ ମଧ୍ୟ ଅକ୍ଟୋବର ୧ ପର୍ଯ୍ୟନ୍ତ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଅଧିକାଂଶ ପ୍ରଭାବିତ ଅଞ୍ଚଳରେ ବନ୍ୟା ପରିସ୍ଥିତି ହ୍ରାସ ପାଇ ମୁମ୍ବାଇ ବିମାନ ବନ୍ଦରରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଥିଲା। ତେବେ ଆଜି ସକାଳ ୮.୩୦ ପର୍ଯ୍ୟନ୍ତ ସହର ପାଇଁ ରେଡ ଆଲର୍ଟ ଲାଗିବା ପରେ ପାଣିପାଗ କାର୍ଯ୍ୟାଳୟ ମୁମ୍ବାଇ ପାଇଁ ଅରେଞ୍ଜ୍ ଆଲର୍ଟ ଜାରି କରିଥିବାରୁ ଗୁରୁବାର ଦିନ ସ୍କୁଲ ଓ କଲେଜ ବନ୍ଦ ରହିଛି।ରାସ୍ତାରେ ପାଣି ଭରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ପୁଣେ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିବା ସହିତ ୨୨, ୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ଷା ବିତ୍ପାତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କୁ ଯାତ୍ରା ବାତିଲ କରାଯାଇଛି।






More Stories
ଜଳ ଜୀବନର ଆଧାର……
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ରବି ମିତ୍ତଲ…..
ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର…..