ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟେସଲା ସିଇଓ ଏଲନ ମସ୍କ ଓ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଗୋଟିଏ ଫଟୋ ଭାଇରାଲ ହେଉଛି। ଯେଉଁ ଫଟୋରେ ଉଭୟ ଗୋଟିଏ କାର୍ଯ୍ୟକ୍ରମରେ ପରସ୍ପରର ଅତି ନିକଟରେ ବସିଛନ୍ତି। ସେହିପରି ପରସ୍ପରକୁ ରୋମାଣ୍ଟିକ ଲୁକ ମଧ୍ୟ ଦେଉଛନ୍ତି। ଏହି ଫଟୋ ଭାଇରାଲ ହେବା ପରେ ମସ୍କ ଓ ମେଲୋନି ପରସ୍ପରକୁ ଡେଟିଂ କରୁଥିବା ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଫଟୋ ସହ ଡେଟିଂ ଚର୍ଚ୍ଚା ଭାଇରାଲ ହେବାରୁ ଏହା ଉପରେ ମସ୍କ ପ୍ରତିକ୍ରିୟା ରଖିଛନ୍ତି। ପ୍ରଥମେ ଟେସଲା ଓନର ସିଲିକନ ଭ୍ୟାଲି ପକ୍ଷରୁ ଏକ୍ସରେ ମସ୍କ ଓ ମେଲୋନି ଗୋଟିଏ ଟେବୁଲ ନିକଟରେ ଏକାଠି ବସିଥିବା ଫଟୋକୁ ଶେୟାର କରାଯାଇଥିଲା। ଫଟୋ ଶେୟାର କରି ପଚରା ଯାଇଥିଲା ଯେ “ଆପଣମାନେ ଭାବୁଛନ୍ତି ସେମାନେ ଡେଟ କରିବେ|” ଏହା ଭାଇରାଲ ହେବା ପରେ ମସ୍କ କହିଛନ୍ତି, “ଆମେ ଡେଟିଂ କରୁ ନାହୁଁ।”






More Stories
ନୀତଶଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ…..
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ: ୧୫ ମୃତ…..
ଅନିଲଙ୍କ ସମ୍ପତ୍ତି ବାଜ୍ୟାପ୍ତ କଲା ED, ରହିଛି ଭୁବନେଶ୍ୱର ଲିଙ୍କ୍…..