ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୪ ଉପଲକ୍ଷେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଶ୍ରେଷ୍ଠ ପ୍ରଦର୍ଶନକରୀ ଭାବେ ଓଡିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧିନସ୍ଥ ମୌଲାନା ଆଜାଦ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସର ମୁଖ ସ୍ୱାସ୍ଥ୍ୟ ଏବଂ ତମାଖୁ ବର୍ଜନ ଜାତୀୟ ସମ୍ବଳ କେନ୍ଦ୍ର ଦ୍ୱାରା ତମାଖୁ ବର୍ଜନ ସମ୍ପର୍କିତ ବିଭିନ୍ନ ପଦକ୍ଷେପର ସବିଶେଷ ମୂଲ୍ୟାଙ୍କନ କରାଯାଇ ଓଡିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ଶାସନ ସଚିବ ତଥା ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ଆରାଧନା ପଟ୍ଟନାୟକ ଅନ୍ୟ ଅତିଥିମାନେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପ୍ରତିନିଧିତ୍ବ କରିଥିବା ନିର୍ଦ୍ଦେଶକ, ଜନସ୍ୱାସ୍ଥ୍ୟ ଡା ନୀଳକଣ୍ଠ ମିଶ୍ରଙ୍କୁ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ମଇ ୨୦ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ତମାଖୁ ବର୍ଜନ ପକ୍ଷ ପାଳନ ଅବସରରେ ଦେଶ ତମାମ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଆକଳନ କରାଯାଇ ଓଡିଶାକୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..