ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଶ୍ୱ ପର୍ଯ୍ୟଟନ ଦିବସରେ ଆଜି ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ବାଇକ ରାଲି ହୋଇଯାଇଛି। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଧଉଳିରୁ କୋଣାର୍କ ପର୍ଯ୍ୟନ୍ତ ଏକ “ଐତିହ ସୁପରବାଇକ ରାଲି”ର ଶୁଭାରମ୍ଭ କରାଯାଇଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସୁପରବାଇକ ରାଲିକୁ ଉଦଘାଟନ କରିଛନ୍ତି।ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଆଗାମୀ ଦିନରେ ଓଡ଼ିଶାକୁ ସାରା ବିଶ୍ୱର ଲୋକଙ୍କ ସୁଅ ଛୁଟିବ। ପର୍ଯ୍ୟଟନ ବିଭାଗ ଏ ନେଇ ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ଧଉଳିର ଏକ ନୂଆ ରୂପ ଦେଖିବ ଓଡ଼ିଶା ଏବଂ ସାରା ବିଶ୍ୱ। ଆମ ପର୍ଯ୍ୟଟନକୁ ବିଶ୍ୱ ଦେଖୁ ସେଥିପାଇଁ ଆମେ ଚିନ୍ତା କରୁଛୁ। ଇକୋ ଟୁରିଜିମ ଓ ଆଗ୍ରୋ ଟୁରିଜିମକୁ ଆଗକୁ ନେବାର ଅଛି। ପ୍ରାକୃତିକ ପର୍ଯ୍ୟଟନରେ ଭରପୁର ଓଡ଼ିଶା। ଦେଶରେ ୩ ନମ୍ବର ଓଡ଼ିଶା ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପହଞ୍ଚିବା ପାଇଁ ବିଭାଗ ପ୍ରୟାସ କରୁଛି। ଖୁବ୍ ଶୀଘ୍ର ପର୍ଯ୍ୟଟନ ବିଭାଗ ଇକୋନୋମିକାଲି ବା ଅର୍ଥନୈତିକ ଦୃଷ୍ଟିକୋଣରୁ ଆଗକୁ ଯିବ। ଧଉଳିର ଉନ୍ନତି ପାଇଁ ମାଷ୍ଟରପ୍ଲାନ ହୋଇଛି। ଗୋଟିଏ ଉଚ୍ଚକୋଟିର ଶାନ୍ତି ବଜାୟ ରଖିପାରୁଥିବା ପାର୍କଟିଏ ବନେଇବାର ଯୋଜନା ରହିଛି। ମେଡିଟେସନ ସେଣ୍ଟର, ହିଲିଂ ସେଣ୍ଟରକୁ ଗୁରୁତ୍ୱ ଦିଆଯିବ। ଧଉଳି ବଦଳିବ। ଲାଇଟ ଆଣ୍ଡ ସାଉଣ୍ଡ ତ ଏବେ କରାଯାଉଛି। ଯୁବ ପୀଢ଼ିଙ୍କ ଦୃଷ୍ଟି ଆକର୍ଷଣ ସହ ଐତିହ୍ୟ ସହ ଯୋଡ଼ିପାରୁଛନ୍ତି।






More Stories
ବିଜୟ ହେବେ ତାମିଲନାଡୁର ମୁଖ୍ୟମନ୍ତ୍ରୀ……
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..