Report Card Odisha

| Daily Odia News

ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ…..

ରିପୋର୍ଟ କାର୍ଡ / ପୁରୀ

ପୁରୀ ଶ୍ରୀମନ୍ଦିର ଅବଢାର ମାନ ଯାଞ୍ଚ ହେବ। ଏନେଇ ଆଜି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି | ରୋଷ ଘରକୁ ଯାଉଥିବା ସାମଗ୍ରୀ ଓ ବାହାରୁଥିବା ଅବଢାର ମାନ ଯାଞ୍ଚ ହେବ। ଫୁଡ୍‌ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି । କେବଳ ଅବଢା ନୁହେଁ, ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ ।ବାଲାଜୀ ମନ୍ଦିର ଭଳି ଘଟଣା ଘଟିବା ପୂର୍ବରୁ ସଜାଗ ହେବାକୁ ପଡିବ । ଶ୍ରୀଜଗନ୍ନାଥ ମନ୍ଦିରରେ ଏହା କରିବାକୁ ଦେବୁନୁ ବୋଲି ମନ୍ତ୍ରୀ କହିଛନ୍ତି । ଆଇନ ମନ୍ତ୍ରୀ ବୁଧବାର ସୂଚନା ଦେଇଥିଲେ, ଶ୍ରୀମନ୍ଦିରରେ ଫୁଡ୍‌ ଅଫିସର୍‌ ନିଯୁକ୍ତି ହେବେ । ଅଫିସର୍‌ମାନେ ମହାପ୍ରସାଦ, ଶୁଖିଲା ଭୋଗର ମାନ ଯାଞ୍ଚ କରିବେ । ଏହାସହ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଭୋଗ ସାମଗ୍ରୀ ଓ ଘିଅର ଶୁଦ୍ଧତା ମଧ୍ୟ ଯାଞ୍ଚ ହେବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବ୍‌ ଶୀଘ୍ର ମାର୍ଗଦର୍ଶିକା ଜାରି ହେବ| ଏହାପୂର୍ବରୁ ସେପ୍ଟେବରରେ ୨୪ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୋଠ ଭୋଗ, ବରାଦି ଭୋଗ ଓ ଅନ୍ୟାନ୍ୟ ଭୋଗରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ସୂଚନା ଦେଇଥିଲେ।

Breaking News