ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇସ୍ରାଏଲ ଏବଂ ହେଜବୁଲ୍ଲା ମଧ୍ୟରେ ଲଢ଼େଇ ତୀବ୍ର ହେଉଛି । ଫଳରେ ଲେବାନନର ସାଧାରଣ ଲୋକମାନଙ୍କୁ ଏହାର ମୂଲ୍ୟ ଦେଉଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟରେ ଗୋଟିଏ ପରେ ଗୋଟିଏ ଏୟାରଷ୍ଟ୍ରାଇକ୍ କରିଥିଲା। UNGC ରେ ନେତାନ୍ୟାହୁଙ୍କ ଭାଷଣ ପରେ ଏହି ଆକ୍ରମଣ ହୋଇଥିଲା। ଲେବାନନର ରାଜଧାନୀ ବେରୁଟରେ ହେଜ୍ବୁଲ୍ଲାର ମୁଖ୍ୟାଳୟ ଉପରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ହେଜ୍ବୁଲ୍ଲାର ହେଡ ଅଫିସ୍କୁ ଟାର୍ଗେଟ୍ କରି ଇସ୍ରାଏଲ ଏହି ଆକ୍ରମଣ କରିଥିଲା। ଏଥିରେ ହେଜ୍ବୁଲ୍ଲା ମୁଖ୍ୟ ହାସନ ନାସରଲ୍ଲାହଙ୍କୁ ମୃତ୍ୟ ହୋଇଥିବା କୁହାଯାଇଛି। ରିପୋର୍ଟରେ ଦାବି କରାଯାଉଛି ଯେ ବିସ୍ଫୋରଣ ବେଳେ ନସରଲ୍ଲାହ ମୁଖ୍ୟାଳୟରେ ଉପସ୍ଥିତ ଥିଲା । ତେବେ ଏହି ଖବର ସତ୍ୟତା ସ୍ପଷ୍ଟ ହୋଇ ପାରିନାହିଁ |






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..