ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବଲିଉଡ ଅଭିନେତା ସୈଫ ଅଲି ଖାନ ତାଙ୍କର ଅଭିନୟ ପାଇଁ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସୈଫ ଅଲ୍ଲୀ ଖାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଜଣେ ବଡ଼ ପ୍ରଶଂସକ ଏକଥା ଖୁବ କମ ଲୋକ ଜାଣିଥିବେ। ନିକଟରେ ବଲିଉଡ ଅଭିନେତା ସୈଫ ଅଲି ଖାନ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ‘ସେ ଜଣେ ସାହସୀ ରାଜନେତା। ଯିଏକି କି ସମାଲୋଚନା ହେଉଥିବା ବେଳେ ପ୍ରଭାବଶାଳୀ ଭାବେ କିପରି ତାହାର ମୁକାବିଲା କରିହେବ ତାହା ଜାଣନ୍ତି। ମୋତେ ମୂଳରୁ ସାହସୀ ଏବଂ ସଚ୍ଚୋଟ ରାଜନେତା ପସନ୍ଦ । ମୋ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାହୁଲ ଗାନ୍ଧୀ, ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ସମସ୍ତେ ହେଉଛନ୍ତି ଜଣେଜଣେ ସାହାସୀ ରାଜନେତା । ଏମାନଙ୍କ କାମ ମୋତେ ଖୁବ ଭଲ ଲାଗେ। ଉକ୍ତ ରାଜନେତାମାନେ କୌଣସି ସମସ୍ୟା ଆସିଲେ ତାହାକୁ ସାହାସର ସହ ସାମ୍ନା କରିଥିବା ମୁଁ ଅନେକ ଘଟଣାରେ ଦେଖିବାକୁ ପାଇଛି। ଏହି କ୍ରମରେ ମୁଁ ଭାବୁଛି ରାହୁଲ ଗାନ୍ଧୀ ଯାହା କରିଛନ୍ତି ତାହା ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ଏପରି ଏକ ସମୟ ଥିଲା ଯେତେବେଳେ ଲୋକମାନେ ସେ ଯାହା କହୁଥିଲେ କିମ୍ବା କରୁଥିଲେ ତାହାକୁ ନେଇ ଅସମ୍ମାନ କରୁଥିଲେ। ମୁଁ ଭାବୁଛି ରାହୁଲ ଗାନ୍ଧି ଅନେକ ପରିଶ୍ରମ କରି ଏହି ପରିସ୍ଥିତିକୁ ପରିବର୍ତ୍ତନ କରି ଦେଇଛନ୍ତି। ” ସୈଫ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିବାର ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓର କ୍ଲିପକୁ ଏକ୍ସ ହ୍ୟାଣ୍ଡେଲରେ ସେୟାର କରି କଂଗ୍ରେସ ମୁଖପାତ୍ର ସମା ମହମ୍ମଦ କହିଛନ୍ତି,‘ ଯେ ଏହା ସତ୍ୟ ଯେ ରାହୁଲ ଗାନ୍ଧି ନିଜ ବିଷୟରେ ଲୋକଙ୍କ ମତ ବଦଳାଇ ଦେଇଛନ୍ତି। ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କୁ ପ୍ରଶଂସା କରିଛନ୍ତି। ସେ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ସତ। ରାହୁଲ ଗାନ୍ଧି ଅନେକ ପରିଶ୍ରମ କରି ନିଜ ବିଷୟରେ ଲୋକଙ୍କ ମତ ବଦଳାଇ ଦେଇଛନ୍ତି।”






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..