ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଞ୍ଚାୟତିରାଜ ମନ୍ତ୍ରୀ ରବୀ ନାରାୟଣ ନାୟକ ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବଡ଼ ବୟାନ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାପାଙ୍କ ଠାରୁ ପୁଅ ଭିନେ ହୋଇ ଅଲଗା ପରିବାର କରିଥିଲେ ବି ଘର ମିଳିବ। ପୂର୍ବ ସରକାରରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଯୋଗ୍ୟଙ୍କୁ ୬ ମାସ ଭିତରେ କାର୍ଯ୍ୟାଦେଶ ଦେବ ଭାଜପା ସରକାର। ଏହି ପ୍ରକ୍ରିୟାରେ ୨୦ରୁ ୨୨ ଲକ୍ଷ ହିତାଧିକାରୀଙ୍କୁ ଘର ମିଳିବ। ହିତାଧିକାରୀ ଚୟନରେ ତ୍ରୁଟି ରହିଲେ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।ଅନେକ ଯୋଜନା ଦେଶର ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ। ଦେଶର କୋଟି ଲୋକ ସରକାରୀ ଯୋଜନାର ଲାଭ ଉଠାନ୍ତି। ନିଜର ଏକ ଘର ରହିବା ସମସ୍ତଙ୍କ ଜୀବନରେ ଏକ ବଡ଼ ସ୍ବପ୍ନ। କିନ୍ତୁ ଅନେକ ଲୋକ ଘର କରିବା ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ସଂଗ୍ରହ କରିବାରେ ଅସମର୍ଥ। ଏହିପରି ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ।






More Stories
ରିଲ୍ସ ନିଶାରେ ନଦୀକୁ ଡେଇଁଲେ ଯୁବକ…..
୬ ସ୍ୱତନ୍ତ୍ର ଟ୍ରେନ୍ ସେବା ସମ୍ପ୍ରସାରଣ….
ମେ’ ରେ ମାଟ୍ରିକ୍ ରେଜଲ୍ଟ…..