ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଇନ୍ଦା ସୂଚନା ଆଧାରରେ ଜଣେ ଧର୍ମ ଗୁରୁଙ୍କୁ ପ୍ଲସ ସୁରକ୍ଷା ସୁରକ୍ଷା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ ନାମକ ଧାର୍ମିକ ସଙ୍ଗଠନର ମୁଖ୍ୟ ଜଗଦୀପ ସିଂହ ଗିଲ୍ଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଇଛି। ୪୫ ବର୍ଷୀୟ ଜଗଦୀପ ସିଂହ ଗିଲ୍ଙ୍କ ଜୀବନ ପ୍ରତି ବିପଦ ଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ତୁରନ୍ତ ସିଆରପିଏଫ୍କୁ ତାଙ୍କୁ ଏହି ସୁରକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।। ଏହି ସୁରକ୍ଷା ଅନୁଯାୟୀ ସମୁଦାୟ ୩୩ ସୁରକ୍ଷା କର୍ମୀଙ୍କ ଟିମ୍ ୨୪ ଘଣ୍ଟା ଜଗଦୀପ ସିଂହ ଗିଲ୍ଙ୍କ ଚାରିପଟେ ଘେରି ରହିବା ସହ ତାଙ୍କୁ ସୁରକ୍ଷା ଯୋଗାଇବେ । ‘ରାଧା ସ୍ୱାମୀ ସତସଙ୍ଗ ବ୍ୟାସ’ ପଞ୍ଜାବର ଅମୃତସର ନିକଟରେ ଥିବା ବ୍ୟାସ ନଦୀ ନିକଟରେ ଅବସ୍ଥିତ । ଏହି ସଙ୍ଗଠନ ୧୮୯୧ ମସିହାରେ ସ୍ଥାପିତ ହୋଇଥିଲା। ଦେଶ ତଥା ବିଦେଶରେ ଏହି ଧାର୍ମିକ ସଙ୍ଗଠନର ଲକ୍ଷାଧିକ ଶ୍ରଦ୍ଧାଳୁ ରହିଛନ୍ତି। ପ୍ରାୟ ୯୦ଟି ଦେଶରେ ଏହି ସଙ୍ଗଠନ ପରିବ୍ୟାପ୍ତ ହୋଇଥିବା ବେଳେ ଏହାର ଶ୍ରଦ୍ଧାଳୁ ରହିଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..