ରିପୋର୍ଟ କାର୍ଡ / ଭୁବନେଶ୍ୱର
ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡିଛି | ବିଜେଡି ବିଧାୟିକା ସୁଜାତା ସାହୁଙ୍କ ଇସ୍ତଫା ପରେ ବିଜେଡି ନେତା ପ୍ରଣବପ୍ରକାଶ ଦାସ(ବବି) ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି | ଏହା ଭିତରେ ଆଜି ନିଜେ ବିଧାୟିକା ଏହାକୁ ଖଣ୍ଡନ କରିଛନ୍ତି | କହିଛନ୍ତି କି ମୁଁ ଇସ୍ତଫା ଦେବାର ନାହିଁ | ଏହି ଚର୍ଚ୍ଚା କୁ ନେଇ ବିରୋଧୀ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏ ନେଇ ଅପ ପ୍ରଚାର କରୁଛନ୍ତି। ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଧାୟକ ହେବାର ଆବଶ୍ୟକତା ନାହିଁ। ନିଜେ ଏକା ଶାସକ ଦଳକୁ ମୁକାବିଲା କରିବାକୁ ସମର୍ଥ ବୋଲି ଆଜି ଯାଜପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ ମହାପାତ୍ର ଗଣମାଧ୍ୟମକୁ ବଡ ବୟାନ ଦେଇଛନ୍ତି ।ଗତକାଲି ପ୍ରଣବଙ୍କ ଭାଷଣକୁ ଭୁଲ ଭାବେ ଉପସ୍ଥାପିତ କରିଛନ୍ତି କେତେକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଲୋକଙ୍କ ସମର୍ଥନ ନେଇ ଆଗାମୀ ଦିନରେ ଲୋକଙ୍କ ପାଇଁ ଲଢ଼ିବେ ବୋଲି ପ୍ରଣବ କହିଥିଲେ। ଜିଲ୍ଲା ବିଜେଡି ସଭାପତି କହିଛନ୍ତି, ସେ ଲୋକଙ୍କ ପାଇଁ ଲଢିବେ ବୋଲି କହିଥିଲେ।ସୂଚନା ଅନୁସାରେ ଗତକାଲି ଯାଜପୁର ନିର୍ବାଚନମଣ୍ଡଳୀ କୁଆଶ ମଙ୍ଗଳା ପୀଠରେ ଏକ ବିଜେଡି ସଭାର ଆୟୋଜନ କରାଯାଇଥିଲା । ଏଥିରେ ପ୍ରଣବ ପ୍ରକାଶ ଦାସ କହିଥିଲେ, ନବୀନ ପଟ୍ଟନାୟକ ତାଙ୍କୁ ସମ୍ବଲପୁର ପଠାଇଥିଲେ ଲଢିବା ପାଇଁ । ଏହି ୪ ମାସ ଭିତରେ ସେ ଯାଜପୁର ଆସି ପାରିନାହାନ୍ତି । କିନ୍ତୁ ଯାଜପୁର ବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣି ଲଢିବା ପାଇଁ ପ୍ରସ୍ତୁତ ଅଛି ବୋଲି କହିଥିଲେ ।
More Stories
ଆଉ ଏକ ଲଘୁଚାପ,୨୪ରୁ ବର୍ଷା…..
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ…..
୨୮ରେ ଓଡିଶା ଆସିବେ ଶାହ….