Report Card Odisha

| Daily Odia News

ବିଧାନସଭା ନିର୍ବାଚନରେ ନାୟବ ସିଂହ ସୈନିଙ୍କ ବାଜିମାତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ହରିୟାଣାର ମୁଖ୍ୟମନ୍ତ୍ରୀ ବିଜେପିର ବରିଷ୍ଠ ନେତା ନାୟବ ସିଂହ ସୈନି ବିଧାନସଭା ନିର୍ବାଚନରେ ବାଜିମାତ କରିଛନ୍ତି । ସେ ଲଡୱା ଆସନରୁ ୧୦ ହଜାରରୁ ଅଧିକ ଭୋଟରେ କଂଗ୍ରେସର ମେୱା ସିଂହଙ୍କୁ ପରାସ୍ତ କରିଛନ୍ତି । ଜାଠ ବହୁଳ ଏହି ନିର୍ବାଚନ ମଣ୍ଡଳୀ ବିଜେପିର ଗଡ଼ ଭାବେ ପରିଚିତ। ବିଜେପି ନିଜ ଗଡ଼ରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାର୍ଥୀ କରିଥିଲା ଓ ସେ ମଧ୍ୟ ବାଜିମାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୈନି ୩୬,୬୧୩ ଖଣ୍ଡ ଭୋଟ ପାଇଥିବା ବେଳେ ମେୱାଙ୍କୁ ୨୬,୯୪୨ ଖଣ୍ଡ ଭୋଟ ମିଳିଛି। ସ୍ୱାଧୀନ ପ୍ରାର୍ଥୀ ବିକ୍ରମଜିତ ସିଂହ ଚେମା ୫୩୯୫, ଆଇଏନଏଲଡିର ସପନା ବରଶାମି ୪୪୩୦ ଓ ଆପ୍‌ର ଯୋଗା ସିଂହ ଉମରି କେବଳ ୨୩୯ ଖଣ୍ଡ ଭୋଟ ପାଇଛନ୍ତି। ନାୟବ ସିଂହ ସୈନି ବିଜୟୀ ହେବା ସହ ବିଜେପି ମଧ୍ୟ ହରିୟାଣାରେ ଐତିହାସିକ ବିଜୟ ଦିଗରେ ଆଗକୁ ବଢ଼ୁଛି। ଯଦି ବର୍ତ୍ତମାନର ଟ୍ରେଣ୍ଡକୁ ବିଚାରକୁ ନିଆଯାଏ, ତା’ହେଲେ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବ। ଏପରି ସ୍ଥିତିରେ ନାୟବ ସିଂହ ସୈନି ପୁଣି ମୁଖ୍ୟମନ୍ତ୍ରୀ ହେବେ।

Breaking News