Report Card Odisha

| Daily Odia News

ମହାଦେବ ବେଟିଂ ଆପ ମାଲିକ ଦୁବାଇରେ ଗିରଫ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତରେ ଲୋକଙ୍କୁ ଶତାଧିକ କୋଟି ଟଙ୍କା ଲୁଟି ଦୁବାଇରେ ଅୟସ କରୁଥିଲା ମହାଦେବ ବେଟିଂ ଆପ ମାଲିକ ସୌରଭ ଚନ୍ଦ୍ରାକର। ସେଠାରେ ଦୁବାଇ ପୋଲିସ ସହାୟତାରେ ସୌରଭକୁ ଧରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ସୌରଭକୁ ଗିରଫ କରାଯାଇ ହାଜତରେ ରଖାଯାଇଛି। ସେଠାକାର ଆଇନ ଅନୁସାରେ ତା’କୁ କୋର୍ଟରେ ହାଜର କରି ସପ୍ତାହକ ମଧ୍ୟରେ ଇଡି ଭାରତ ଆଣି ଫେରିବ ବୋଲି ଜଣାପଡ଼ିଛି। ମହାଦେବ ବେଟିଂ ଆପ୍‌ର ମାଷ୍ଟରମାଇଣ୍ଡ ହେଉଛି ସୌରଭ। ଡି କମ୍ପାନୀ ଅର୍ଥାତ ଦାଉଦ ଇବ୍ରାହିମ ସହିତ ତା’ର ସମ୍ପର୍କ ଥିବା ଜଣାପଡ଼ିଛି। ଦେଶର ଅନେକ ରାଜ୍ୟରେ ମହାଦେବ ଆପ୍‌ ବିରୋଧରେ ମାମଲା ରୁଜୁ ହୋଇଛି। ଇଡିରେ ବି ଠକେଇ ସମ୍ପର୍କିତ ମାମଲା ରୁଜୁ ହୋଇଛି।

Breaking News