ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଅଧିକାଂଶ ଅଞ୍ଚଳରେ ୨୪ ବନ୍ଦ ରହିବ ପାନୀୟ ଜଳ ଯୋଗାଣ। ଆସନ୍ତାକାଲି ଶୁକ୍ରବାର ଅପରାହ୍ନ ୨ଟାରୁ ଶନିବାର ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗ ବନ୍ଦ ରହିବ। ମୁଖ୍ୟ ଜଳ ଯୋଗାଣ ପାଇପ୍ ମରାମତି ଯୋଗୁ ମୁଣ୍ଡଳିରୁ ଜଳ ଯୋଗାଣ ବନ୍ଦ ରହିବ। ତେଣୁ ଜଳ ସଞ୍ଚୟ କରି ରଖିବା ପାଇଁ ୱାଟ୍କୋ-୧ ମହାପ୍ରବନ୍ଧକ ରାଜଧାନୀବାସୀଙ୍କୁ ଅନୁରୋଧ କରିଛନ୍ତି। ଜଳ ଯୋଗାଣ ବନ୍ଦ ରହିବାକୁ ଥିବା ଅଞ୍ଚଳ ଗୁଡ଼ିକ ହେଲା ଘାଟିକିଆ, ପୋଖରୀପୁଟ୍, ହାଇ ଲେଭେଲ୍ ଟ୍ୟାଙ୍କ, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର। ଏହି ସବୁ ଅଞ୍ଚଳରେ ଶୁକ୍ରବାର ଦିନ ୨ଟାରୁ ଶନିବାର ଦିନ ୨ଟା ପର୍ଯ୍ୟନ୍ତ ପାନୀୟ ଜଳ ଯୋଗାଣ ବନ୍ଦ ରହିବ। ଏଥିରେ ସହଯୋଗ କରନ୍ତ, ଆପଣଙ୍କ ଅସୁବିଧା ପାଇଁ ଆମେ ଦୁଃଖତ ବୋଲି ପ୍ରେସ୍ ରିଲିଜ୍ ଜାରି କରି ଦୁଃଖ ପ୍ରକାଶ କରିଛନ୍ତି ୱାଟ୍କୋ-୧ ମହାପ୍ରବନ୍ଧକ।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….