ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ)) ପକ୍ଷରୁ ୟୁଜିସି ନେଟ-୨୦୨୪ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପରୀକ୍ଷାଫଳ ସହିତ ବିଷୟ ଭିତ୍ତିକ କଟଅଫ ମାର୍କ ମଧ୍ୟ ପ୍ରକାଶ କରାଯାଇଛି। ୟୁଜିସି ନେଟ-୨୦୨୪ ପରୀଫାଳ ଅଫିସିଆଲ ୱେବସାଇଟ ugcnet.nta.ac.inରେ ଦେଖିପାରିବେ ଏବଂ ସ୍କୋରକାର୍ଡ ଡାଉନଲୋଡ କରିପାରିବେ। ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ଅଗଷ୍ଟ ୨୧ରୁ ସେପ୍ଟମ୍ବର ୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସାରା ଦେଶର ସହରରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ୧୧ ଲକ୍ଷ ୨୧ ହଜାର ୨୨୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସମଗ୍ର ଦେଶରେ ଏହି ପରୀକ୍ଷା ଆୟୋଜନ ହୋଇଥିଲା। ଏନଟିଏ ଏହାପୂର୍ବରୁ ଚୂଡ଼ାନ୍ତ ୟୁଜିସି ନେଟ ଜୁନ ୨୦୨୪ର ଉତ୍ତର ପୁସ୍ତିକା ମଧ୍ୟ ଜାରି କରିଥିଲା। ପ୍ରଶ୍ନପତ୍ର ପ୍ରଘଟ ଯୋଗୁ ୧୮ ଜୁନରେ ଅନୁଷ୍ଠିତ ହୋଇଥିବା ୟୁଜିସି ନେଟ-୨୦୨୪ ପରୀକ୍ଷାକୁ ଏନଟିଏ ପରୀକ୍ଷାକୁ ବାତିଲ କରାଯାଇଥିଲା।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..