ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଲଢ଼ିବାକୁ ଥିବା ୬୮ଟି ଆସନରୁ ୬୬ ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଜ୍ୟ ସଭାପତି ବାବୁଲାଲ ମାରାଣ୍ଡି ଧନୱାଡ଼ରୁ ନିର୍ବାଚନ ଲଢ଼ିବେ। ଏହା ସହିତ ଜାମତାରାରୁ ସୀତା ସୋରେନ୍ ଓ ସଢ଼େଇକଳାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ପ୍ରାର୍ଥୀ କରାଯାଇଛି। ଚାଇବାସାରୁ ଗୀତା ବାଲମୁଚୁ, ଜଗନ୍ନାଥପୁରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡାଙ୍କ ପତ୍ନୀ ଗୀତା କୋଡ଼ା ଓ ପୋଟ୍କାରୁ ମୀରା ମୁଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ପାଇଁ ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ। ଏନ୍ଡିଏ ଶୁକ୍ରବାର ଏହାର ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ଘୋଷଣା କରିଥିଲା। ବିଜେପି ୬୮ଟି, ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ (ଏଜେଏସ୍ୟୁ) ୧୦ଟି ଆସନ , ଜନତା ଦଳ (ୟୁନାଇଟେଡ୍) ୨ଟି ଏବଂ ଲୋକ ଜନଶକ୍ତି ପାର୍ଟି (ରାମବିଳାସ) ଗୋଟିଏ ଆସନରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ହୋଇଛି।






More Stories
ଆଜି ପୂର୍ବାଞ୍ଚଳ କୃଷି ସମ୍ମିଳନୀ……
ରୁପା ଆମଦାନୀ ଉପରେ କଟକଣା……
ବଢ଼ିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା…..