Report Card Odisha

| Daily Odia News

ଘାଟିରେ ଓଲଟିଲା ବସ୍, ୨୦ ଆହତ….

ରିପୋର୍ଟ କାର୍ଡ / ଗଜପତି

ବସ୍‌କୁ ଓ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇ ଘାଟିକୁ ଓଲଟିଲା ଅନ୍ୟ ଏକ ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ରାମଗଡ ବୁଲଣିଆ ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ପୁରୀରୁ ମାଲକାନଗିରି ଯାଉଥିବା ଜଗନ୍ନାଥ ନାମକ ବସ୍‌ଟି ରାମଗଡ ବୁଲାଣିଆ ଘାଟିରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ପରେ ବସ୍‌ଟି ରାସ୍ତାକଡ଼କୁ ଖସି ଯାଇଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଅନ୍ୟ ବସ୍‌ ମାଧ୍ୟମରେ ନିଜର ଗନ୍ତ୍ୟବ ସ୍ଥଳକୁ ଯାଇଥିଲେ। ଏହି ସମୟରେ ମହାକାଳ ନାମକ ବସ୍‌ଟି ଭୁବନେଶ୍ୱରରୁ ଯାତ୍ରୀମାନଙ୍କୁ ନେଇ ମାଲିକାନଗିରି ଅଭିମୁଖେ ଆସୁଥିଲା।ରାମଗଡ଼ ଘାଟିରେ ବସ୍‌ଟି ପ୍ରଥମେ ରାସ୍ତାକଡ଼କୁ ଖସିଯାଇଥିବା ଜଗନ୍ନାଥ ବସ୍‌କୁ ଧକ୍କା ଦେଇଥିଲା। ପରେ ଏକ ପିକ୍‌ଅପ୍‌ ଭ୍ୟାନକୁ ଧକ୍କା ଦେଇ ରାମଗଡ଼ ଘାଟିର ୧୫ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛଥିଲେ। ସେମାନଙ୍କୁ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୬ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Breaking News