ରିପୋର୍ଟ କାର୍ଡ / କାଠମାଣ୍ଡୁ
ନେପାଳ ମାଟିରେ କୌଣସି ପ୍ରକାର ଚୀନ୍ ବିରୋଧୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦିଆଯିବନି ବୋଲି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ସ୍ପଷ୍ଟ କରିଛନ୍ତି। ଏଭଳି ମନ୍ତବ୍ୟ ଦ୍ବାରା ଓଲି ନିଜର ଚୀନ୍ ପ୍ରତି ଏକାନ୍ତ ଆନୁଗତ୍ୟକୁ ପରିପ୍ରକାଶ କରିଛନ୍ତି। ନିକଟରେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ସେଣ୍ଟ୍ରାଲ କମିଟିର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ନେପାଳ ଗସ୍ତରେ ଆସିଥିବାବେଳେ ଓଲି ଏଭଳି ମନ୍ତବ୍ୟ ଦେଇଛନ୍ତି। ନେପାଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଓଲି ଚୀନ୍ ସରକାରଙ୍କ ସମର୍ଥନ ଲୋଡିଛନ୍ତି। ଓଲି ହେଉଛନ୍ତି କମ୍ୟୁନିଷ୍ଟ ପାର୍ଟି ଅଫ୍ ନେପାଳ (ୟୁଏମଏଲ) ଦଳର ନେତା। ତେଣୁ କମ୍ୟୁନିଷ୍ଟ ରାଷ୍ଟ୍ର ଚୀନ୍ ସହ ଉତ୍ତମ ସମ୍ପର୍କ ରକ୍ଷା କରିବା ତାଙ୍କ ପାଇଁ ସ୍ବାଭାବିକ। ଅପରପକ୍ଷରେ ଓଲିଙ୍କ ଏଭଳି ‘ୱାନ୍ ଚାଇନା’ ନୀତି ଭାରତ ପ୍ରତି ବିପଦ ସାଜିପାରେ ବୋଲି କୂଟନୈତିକ ମହଲ ଆଶଙ୍କା ବ୍ୟକ୍ତ କରିଛନ୍ତି। ନେପାଳରେ ରାଜନୈତିକ ସ୍ଥିରତା ବଜାୟ ରଖିବାରେ ଚୀନ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଓଲି ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବାବେଳେ ଓଲିଙ୍କ ଚୀନ୍ ପ୍ରୀତି ଭାରତ-ନେପାଳ ଦ୍ବିପାକ୍ଷିକ ସମ୍ପର୍କକୁ ତିକ୍ତ କରିଥିଲା।






More Stories
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..
କଂଗ୍ରେସ ଉପରେ ବର୍ଷିଲେ ଶାହା…..