Report Card Odisha

| Daily Odia News

ଭାରତ ଚାହିଁଲେ ଯୁଦ୍ଧ ରୋକିପାରିବ:ଜେଲେନସ୍କି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହିଁଲେ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିପାରିବେ। କୌଣସି ଯୁଦ୍ଧରେ ଭାରତ ଏବଂ ମୋଦୀଙ୍କର ବଡ଼ ମୂଲ୍ୟବୋଧ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। ମୋଦୀ ଦୁଇଦେଶ ମଧ୍ୟରେ ଆଲୋଚନାର ବାଟ ଫିଟାଇ ଯୁଦ୍ଧର ଅବସାନ ଘଟାଇବାର ସମ୍ଭାବନା ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ଜେଲେନସ୍କି କହିଥିଲେ, ଏହା ନିଃସନ୍ଦେହ। ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପକ୍ଷେ ହିଁ ବାସ୍ତବରେ ତାହା ସମ୍ଭବ। କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଯେହେତୁ ଯୁଦ୍ଧ ଆମ ଦେଶରେ ହେଉଛି ଆମକୁ ଶାନ୍ତି ଆଲୋଚନା କରିବା ଜରୁରୀ। ଦୁଇ ଦେଶ ମଧ୍ୟରେ ଅଢ଼େଇ ବର୍ଷରୁ ଅଧିକ ସମୟ ଧରି ଯୁଦ୍ଧ ଲାଗି ରହିଥିବାବେଳେ ଗତ ମାସରେ ରୁଷ ସେନା ୟୁକ୍ରେନ ଉପରେ ଭାରି ପଡ଼ିଛି। ଡୋନବାସ ଅଞ୍ଚଳରେ ରୁଷ ସେନା ଅଗ୍ରସର ହେବା ପରେ ୟୁକ୍ରେନ ସେନା ଉପରେ ଚାପ ବୃଦ୍ଧି ପାଇଛି। ଅନ୍ୟପଟେ ଆଗକୁ ଖୁବଶୀଘ୍ର ଆମେରିକା ନିର୍ବାଚନ ହେବାର ରହିଛି। ଡୋନାଲ୍ଡ ଟ୍ରମ୍ପ ବିଜୟୀ ହେଲେ ୟୁକ୍ରେନକୁ ଆମେରିକାର ସମର୍ଥନ ମିଳିବା କଷ୍ଟକର ହୋଇପଡ଼ିବ। ଯାହା ଜେଲେନସ୍କିଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ।

Breaking News