Report Card Odisha

| Daily Odia News

ଦୁର୍ନୀତିଖୋର ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବ ନାହିଁ ସରକାର…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଦୁର୍ନୀତିଖୋର ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବ ନାହିଁ ସରକାର। ଦୁର୍ନୀତି ନିବାରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଭିଜିଲାନ୍ସ ବିଭାଗ ୪ ମାସରେ ଅନେକ କାମ କରିଛି। ୬ ଜଣ ଚିଫ ଇଞ୍ଜିନିୟର ଜେଲରେ ଅଛନ୍ତି। ଅନେକ କ୍ଲାସ ୧ ଅଫିସର ଜେଲରେ ଅଛନ୍ତି। ୬ କେଜି ସୁନା ଗହଣା ଜବତ ହୋଇଛି। ଏହା ଫିଲ୍ମର ଟ୍ରେଲର ଚାଲିଛି ଫିଲ୍ମ ବାକି ଅଛି। ଏଣେ ଏହି ଅବସରରେ ୫ ‘ଟି’ ଦୁର୍ନୀତି କଥା ଉଠାଇବାକୁ ବି ଭୁଲିନାହାନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି, ରାଜ୍ୟରେ ଭିଜିଲାନ୍ସ ଫରେନ୍ସିକ ବିଜ୍ଞାନ ଅନୁଷ୍ଠାନ ପ୍ରତିଷ୍ଠା ହେବ। ଏହାଛଡ଼ା ଭିଜିଲାନ୍ସ ବିଭାଗରେ ୮ଜଣ ଏସପି, ୮ ଜଣ ଅତିରିକ୍ତ ଏସପି, ୨୪ ଜଣ ଡିଏସପି ଓ ୧୬ ଜଣ ଏସଆଇ ନିୟୋଜିତ ହେବେ। ତଦନ୍ତରେ ସହଯୋଗ ଲାଗି ୨୪ ଜଣ ସାଇବର ଏକ୍ସପର୍ଟ, ଚାଟାର୍ଡ ଆକାଉଣ୍ଟାଣ୍ଟ ଓ ବ୍ୟାଙ୍କ ଏକ୍ସପର୍ଟ ନିୟୋଜିତ ହେବେ । ୧୩୫ ମୋଟର ସାଇକେଲ, ୧୬୦ ଡେସ୍କଟପ/ଲ୍ୟାପଟପ ବି ଯୋଗାଇ ଦିଆଯିବ।

Breaking News