ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱର ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ ହୋଇଛି। ରାତି ପ୍ରାୟ ୧୧ଟା ସମୟରେ ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମା ମାଡ଼ରେ ଗୋଟିଏ କାର୍, ଗୋଟିଏ ବାଇକ୍ ନଷ୍ଟ ହୋଇଯାଇଛି। ବୋମା ମାଡ଼ପରେ ଯୁବକମାନେ ଧମକପୂର୍ଣ୍ଣ ବାର୍ତ୍ତା ଦେଇ ଚାଲିଯାଇଛନ୍ତି। ସହିଦନଗର ପୋଲିସ ଘଟଣାର ଛାନଭିନ୍ ଚଳାଇଛି। ସିସିଟିଭି ଫୁଟେଜରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି। ଗତ ଗୁରୁବାର ଏକ ବଚସାକୁ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……