ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ତାଙ୍କ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟକୁ ନେଇ ସେ ଏକ ନିଆରା ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ମୁଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଏହି ବିଜୟ ତାଙ୍କର ନୀତି ଏବଂ ନେତୃତ୍ୱର ଶକ୍ତିକୁ ପ୍ରମାଣିତ କରେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେରିକାର ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ମ୍ୟାଜିକ୍ ପୁଣି ଥରେ ଦେଖିବାକୁ ମିଳିଛି। ଯେଉଁଥିରେ ସେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କୁ ପରାସ୍ତ କରି ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପଦବୀ ହାସଲ କରିଛନ୍ତି। ଏହି ନିର୍ବାଚନ ଫଳାଫଳଗୁଡିକ ଫକ୍ସ ନ୍ୟୁଜ୍ ଦ୍ବାରା ରିପୋର୍ଟ କରାଯାଇଛି, ଯାହା ଅନୁଯାୟୀ ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକୀୟ ରାଜନୀତିର ଦିଗ ନିର୍ଣ୍ଣୟ କରାଯିବ। ଏହି ବିଜୟକୁ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳର ସଫଳତାର ଫଳାଫଳ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ ଆଶା କରିଛନ୍ତି ଯେ ସେ ଆଗାମୀ କାର୍ଯ୍ୟକାଳରେ ଅଧିକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୋଷ୍ଟରେ ମଧ୍ୟ କହିଛନ୍ତି,ଐତିହାସିକ ନିର୍ବାଚନ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ। ଆପଣ ଆପଣଙ୍କର ପୂର୍ବ କାର୍ଯ୍ୟକାଳର ସଫଳତାକୁ ଆଗକୁ ବଢ଼ାଇବାକୁ ଯାଉଛନ୍ତି। ମୁଁ ଭାରତ-ଆମେରିକାର ସମ୍ପର୍କକୁ ବ୍ୟାପକ କରିବାକୁ ଏବଂ ବିଶ୍ୱସ୍ତରରେ ଆହୁରି ଦୃଢ଼କରିବାକୁ ଅପେକ୍ଷା କରିଛି। ମୁଁ ଆମର ସହଯୋଗକୁ ମଜବୁତ ଏବଂ ଏହକୁ ନବୀକରଣ କରିବାକୁ ଆଗ୍ରହୀ। ଆସନ୍ତୁ ଆମେ ମିଳିମିଶି ଆମର ଲୋକମାନଙ୍କର କଲ୍ୟାଣ ପାଇଁ ତଥା ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତାକୁ ପ୍ରୋତ୍ସାହିତ କରିବା ବୋଲି ମୋଦୀ କହିଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..