ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି। ବିଜୟୀ ହୋଇଛନ୍ତି ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେହିପରି ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜେ.ଡି. ଭାନ୍ସ ମଧ୍ୟ ବିଜୟୀ ହୋଇଛନ୍ତି। ଗତ ଥରର ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ଉପରାଷ୍ଟ୍ରପତି ହୋଇଥିବାବେଳେ ଚଳିତଥର ଉପରାଷ୍ଟ୍ରପତି ହୋଇଥିବା ଜେ.ଡି. ଭାନ୍ସଙ୍କର ବି ଭାରତ ସହିତ ବଡ଼ ସମ୍ପର୍କ ରହିଛି। କାରଣ ସମ୍ପର୍କରେ ଦେଖିବାକୁ ଗଲେ ଜେ.ଡି. ଆନ୍ଧ୍ରପ୍ରଦେଶ ତଥା ଭାରତର ଜ୍ବାଇଁ ହେବେ। ଭାନ୍ସଙ୍କ ସ୍ତ୍ରୀ ଉଷା ଭାନ୍ସ ହେଉଛନ୍ତି ଆନ୍ଧ୍ରପ୍ରଦେଶର ଝିଅ। ତାଙ୍କର ପ୍ରକୃତ ନାମ ହେଉଛି ଉଷା ଚିଲୁକୁଡି ଭାନ୍ସ। ଆନ୍ଧ୍ରର ନିଡାଡାଭୋଲୁ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଡଲୁରୁ ଗ୍ରାମର ପୂର୍ବ ବାସିନ୍ଦା ହେଉଛନ୍ତି ଉଷା। ଉଷାଙ୍କ ସ୍ଵାମୀ ଜେ.ଡି. ଭାନ୍ସ ବିଜୟୀ ହେବା ପରେ ଏହି ଗାଁରେ ଖେଳିଯାଇଛି ଖୁସିର ଲହରୀ। ଏହା ସହିତ ଉଷା ଏଣିକି ବିଶ୍ଵର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କେସେଣ୍ଡ ଲେଡି ବା ଦ୍ଵିତୀୟ ମହିଳା ଭାବେ ବିବେବିତ ହେବେ।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..