ରିପୋର୍ଟ କାର୍ଡ / ରାୟଗଡ଼ା
ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଗିରଫ ପରୱାନା ଜାରି ହୋଇଛି | ୧୪ ବର୍ଷ ତଳେ ଘଟିଥିବା ଏକ ହତ୍ୟା ମାମଲାରେ ୱାରେଣ୍ଟ ଜାରି କରିଛନ୍ତି ରାୟଗଡ଼ା ଏସଡିଜେଏମ୍ କୋର୍ଟ । ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲା ଦୀର୍ଘ ଦିନ ଧରି ଚାଲିଥିଲା । ଆଉ ପରେ ମାମଲାରେ ଏକ ପିଟିସନ୍ ଦାୟର କରିଥିଲେ ମୃତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି। ଏବେ ଏହି ମାମଲାରେ ରାୟଗଡ଼ା ଏସଡିଜେଏମ୍ କୋର୍ଟ ଏନ୍ ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିଛନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓ, ୱାଇ. ଭେଙ୍କଟ ରାଓ(କଣ୍ଡାବାବୁ), ଏନ ଆଦିନାରାୟାନା, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ପେଦେନା ଦିଲୀପ କୁମାରଙ୍କ ନାଁରେ ଜାରି ହୋଇଛି (NBW)।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..