ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ୧୦ ରାଜ୍ୟର ୩୧ ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ । କେରଳ ୱାୟନାଡ଼ ଲୋକସଭା ପାଇଁ ଚାଲିଛି ଭୋଟିଂ । ଏହି ଆସନରୁ ନିର୍ବାଚନ ଲଢୁଛନ୍ତି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ । ଲୋକସଭା ନିର୍ବାଚନରେ ଉଭୟ ୱାୟନାଡ଼ ଓ ରାୟବରେଲିରୁ ଲଢ଼ି ବିଜୟୀ ହୋଇଥିଲେ ରାହୁଲ । ଆଉ ରାୟବରେଲିର ସାଂସଦ ହେବାକୁ ବାଛିଥିଲେ ଓ ୱାୟନାଡ଼ ଆସନ ନିଜ ଭଉଣୀ ପ୍ରିୟଙ୍କାଙ୍କ ପାଇଁ ଛାଡ଼ିଥିଲେ । ଏବେ ୱାୟନାଡ଼ ଆସନରୁ ଲଢୁଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କୁ ବିଜୟୀ କରିବା ପାଇଁ ୱାୟନାଡ଼ରେ ମାରାଥନ୍ ପ୍ରଚାର କରିଥିଲେ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଆଜି ଚାଲିଛି ପ୍ରିୟଙ୍କାଙ୍କ ଭାଗ୍ୟ ପରୀକ୍ଷା ।
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବିଧାୟକଙ୍କୁ ଆକ୍ରମଣ ଘଟଣାରେ ୧୦ ଗିରଫ…..
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….