ରିପୋର୍ଟ କାର୍ଡ / ଭୁବନେଶ୍ବର
୭ ବର୍ଷ ପରେ ଜଣେ ଏସ୍ଆଇ ହୋଇପାରିବେ ଇନ୍ସପେକ୍ଟର। ଚଳିତ ବର୍ଷ ପାଇଁ ଏସ୍ଆଇମାନଙ୍କ ପଦୋନ୍ନତିକୁ ୧୦ ବର୍ଷରୁ ୭ ବର୍ଷକୁ ଖସାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି | ଏସ୍ଆଇମାନଙ୍କ ପଦୋନ୍ନତି ନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭଲ ଭାବେ ସମୀକ୍ଷା କରିବା ପରେ ରାଜ୍ୟ ସରକାର ଓଡ଼ିଶା ପୋଲିସ ମାନୁଆଲ ରୁଲ୍ରେ ଥିବା ନିୟମ ଅନୁଯାୟୀ ଚଳିତ ବର୍ଷ ପାଇଁ ଏସ୍ଆଇରୁ ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଁ ନିୟମକୁ କୋହଳ କରିଛନ୍ତି। ଏସ୍ଆଇମାନଙ୍କ ପଦୋନ୍ନତି ନେଇ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭଲ ଭାବେ ସମୀକ୍ଷା କରିବା ପରେ ରାଜ୍ୟ ସରକାର ଚଳିତ ବର୍ଷ ପାଇଁ ଏସ୍ଆଇରୁ ଇନ୍ସପେକ୍ଟର ରାଙ୍କକୁ ପଦୋନ୍ନତି ପାଇଁ ନିୟମକୁ କୋହଳ କରିଛନ୍ତି। ୨୦୨୪ ଜାନୁଆରି ୧ ତାରିଖ ସୁଦ୍ଧା ଯେଉଁମାନେ ଲଗାତାର ୭ ବର୍ଷ ଏସ୍ଆଇ ଭାବେ କାର୍ଯ୍ୟ କରିସାରିଥିବେ ସେମାନଙ୍କୁ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ଦେବା ପାଇଁ ବିଚାର କରାଯିବ।






More Stories
୧୫ IPS ଅଫିସରଙ୍କୁ ୧୭ ଜିଲ୍ଲା ନିରୀକ୍ଷଣ ଦାୟିତ୍ୱ…..
ଗୃହରକ୍ଷୀଙ୍କ ଦୈନିକ ଭତ୍ତା ବୃଦ୍ଧି…..
ଦେବାଶିଷଙ୍କ ପ୍ରାର୍ଥିପତ୍ର କାଏମ୍…..