Report Card Odisha

| Daily Odia News

ରୁଷିଆ ଖୋଲିବ ଯୌନ ମନ୍ତ୍ରାଳୟ,ରାତିରେ ଉପଲବ୍ଧ ହେବନି ଇଣ୍ଟରନେଟ-ଲାଇଟ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଋଷିଆରେ ଦ୍ରୁତ ଗତିରେ ଜନସଂଖ୍ୟା କମିବାରେ ଲାଗିଛି । ଯାହା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। କାମ କରିବାକୁ ଲୋକେ ନାହାନ୍ତି ଏପଟେ ସେନା ପାଇଁ ! ଏଭଳି ସ୍ଥିତିରେ କିଭଳି ଦେଶର ଲୋକସଂଖ୍ୟା ବଢ଼ିବ, ସେନେଇ ପୁଟିନ ପ୍ରଶାସନ ଭଲ ଉପାଉ ପାଞ୍ଚିଛି । ଏହାପୂର୍ବରୁ ସରକାର ଲୋକଙ୍କୁ ବହୁ ଲୋଭନୀୟ ଅଫର୍‌ ମଧ୍ୟ ଦେଇସାରିଛନ୍ତି ହେଲେ ସବୁ ଉଦ୍ୟମ ଫେଲ୍‌ ମାରିଛି। ବର୍ତ୍ତମାନ ସରକାର ନୂଆ ମାଷ୍ଟରପ୍ଲାନ କରିଛନ୍ତି। ଖୁବ ଶୀଘ୍ର ରୁଷିଆ ସରକାର ଖୋଲିପାରନ୍ତି Ministry of Sex ବା ଯୌନ ମନ୍ତ୍ରାଳୟ। ୨୦୨୨ ଫେବ୍ରୁଆରୀରୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଦେଶର ଲୋକସଂଖ୍ୟା ଅତିମାତ୍ରାରେ କମିଗଲାଣି । ଏଭଳି ସ୍ଥିତିରେ ଦ୍ରୁତ ଗତିରେ ଜନସଂଖ୍ୟା ବଢ଼ାଇବାକୁ ଚିନ୍ତା କରୁଛନ୍ତି ଭ୍ଲାଦିମିର ପୁଟିନ ସରକାର । ପୁଟିନଙ୍କ ଘନିଷ୍ଠ ନୀନା ଓଷ୍ଟାନିନା ଏବେ ରୁଷିଆରେ ମିନିଷ୍ଟ୍ରି ଅଫ ସେକ୍ସ ବା ଯୌନ ମନ୍ତ୍ରାଳୟ ଖୋଲିବାକୁ ଯୋଜନା କରୁଛନ୍ତି । ନୀନା ଓଷ୍ଟାନିନା ଏବେ ପରିବାର ସୁରକ୍ଷା, ପିତୃତ୍ୱ, ମାତୃତ୍ୱ ଏବଂ ଶୈଶବ ସଂକ୍ରାନ୍ତ ସଂସଦୀୟ କମିଟର ଅଧ୍ୟକ୍ଷ ଅଛନ୍ତି । କେମିତି ଦେଶରେ ଜନ୍ମହାର ଦ୍ରୁତ ଗତିରେ ବୃଦ୍ଧି ହେବ, ସେନେଇ ଅନେକ କିଛି ପ୍ରସ୍ତାବ ରହିଛି । ପ୍ରଥମ ପଏଣ୍ଟ ହେଉଛି ଇଣ୍ଟରନେଟ କିମ୍ବା ଲାଇଟ ରହିବ ନାହିଁ । ସ୍ବାମୀ-ସ୍ତ୍ରୀଙ୍କ ପାଇଁ ରାତି ୧୦ଟାରୁ ୨ଟା ଯାଏଁ ଇଣ୍ଟରନେଟ କିମ୍ବା ଲାଇଟ ଉପଲବ୍ଧ ହେବ ନାହିଁ । Intimate activitiesକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ପ୍ରସ୍ତାବ ରଖାଯାଇଛି । ଯଦି କୌଣସି ପୁଅ ବା ଝିଅ ପ୍ରଥମ ଥର ପାଇଁ ଡେଟିଂ କରିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ଆର୍ଥିକ ସହାୟତା ଦେବେ ସରକାର । ପ୍ରଥମ ଡେଟିଂରେ ସେମାନଙ୍କୁ ୫ ହଜା ରବଲ ବା ଭାରତୀୟ ମୁଦ୍ରାରେ ପାଖାପାଖି ୪ ହଜାର ୩୯୫ ଟଙ୍କା ମିଳିବ । ବିବାହ ପାଇଁ ସରକାର ୨୬ ହଜାର ୩ ଶହ ରବଲ ବା ପାଖାପାଖି ୨୩ ହଜାର ୧୨୨ ଟଙ୍କା ଦେବେ । ବାକି ଖର୍ଚ୍ଚ ପବ୍ଲିକ ଫଣ୍ଡିଂ କରାଯିବ । ୧୮ରୁ ୨୩ ବର୍ଷର ମହିଳାମାନେ ପ୍ରଥମ ସନ୍ତାନ ଜନ୍ମ କରିବା ପରେ ଅତିକମରେ ୯୭ ହଜାର ୩୧୧ ଟଙ୍କା ପାଇବେ । ତେବେ ଚେଲିବିନ୍ସ ଅଞ୍ଚଳ ପାଇଁ ଏହି ପରିମାଣ ୯ ଲକ୍ଷ ୧୯ ହଜାର ୫୨ ଟଙ୍କା ରହିଛି । ବିଭିନ୍ନ ଅଞ୍ଚଳ ପାଇଁ ଫାର୍ଷ୍ଟ ଚାଇଲ୍ଡ ଇନସେନଟିଭର ପରିମାଣ ଭିନ୍ନ ଭିନ୍ନ ରହିଛି । ଅଫିସ ଏବଂ ଫ୍ୟାକ୍ଟ୍ରିରେ କଫି ଓ ଲଞ୍ଚ ବ୍ରେକ ବେଳେ ଶାରିରୀକ ସମ୍ପର୍କ ରଖିବାକୁ ପ୍ରୋତ୍ସାହନ ମିଳିବ ।

Breaking News