ରିପୋର୍ଟ କାର୍ଡ / କେନ୍ଦୁଝର
ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘଟଗାଁ ରାସ୍ତାର ଦରଖଳା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଆଉ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଛି। ଫଳରେ ପଛ ଗାଡ଼ିର ଡ଼୍ରାଇଭର ଜଣକ ଗାଡ଼ିରେ ଚାପି ହୋଇ ରହିଛନ୍ତି। ଜାତୀୟ ରାଜପଥ ୨୦ର ଆନନ୍ଦପୁର ଘଟଗାଁ ରାସ୍ତାର ଦରଖଳା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ଟ୍ରକ୍ ପିଟିଥିଲା। ଫଳରେ ପଛ ଟ୍ରକ୍ର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ଚାପି ହୋଇ ଯାଇଛି। ଆଗ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଡ୍ରାଇଭରଜଣକ ରାତି ସାରା ଗାଡ଼ିରେ ଚାପି ହୋଇ ଯାଇଥିବା ବେଳେ ସକାଳୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିବା ଜଣାଯାଇଛି। ସଂପୃକ୍ତ ଡ଼୍ରାଇଭରଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….