ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସହିତ ଏଲୋନ୍ ମସ୍କଙ୍କୁ ମିଳିଛି ବଡ଼ ଦାୟିତ୍ୱ। ତେବେ ମସ୍କଙ୍କ ମାଲିକନାରେ ଥିବା ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସ ପାଇଁ ବଢ଼ିଛି ଅଡୁଆ। ବ୍ରିଟିଶ ଖବର କାଗଜ ଗାର୍ଡିଆନ୍ ଏକ୍ସକୁ ବୟକଟ୍ କରିଛି। ସୋଶାଲ ମିଡିଆ ପ୍ଳାଟଫର୍ମ ଏକ୍ସ ଘୃଣା ପ୍ରସାର କରୁଛି। ମସ୍କ ବିଷ ପ୍ରଚାର କରୁଛନ୍ତି। ଏଭଳି କିଛି ବଡ଼ ଅଭିଯୋଗ ଆଣି ବ୍ରିଟିଶ ଖବରକାଗଜ ଦି ଗାର୍ଡିଆନ୍ ଏହାର ବ୍ୟବହାରକୁ ବ୍ୟାନ୍ କରିଦେଇଛି। ଖବରକାଗଜ କହିଛି ଯେ ଜାତିଭେଦ ଏବଂ ଷଡ଼ଯନ୍ତ୍ର ଥିଓରୀ ସହିତ ଆପତ୍ତିଜନକ ବିଷୟ ବସ୍ତୁ ଏକ୍ସରେ ବୃଦ୍ଧି ପାଇଛି। ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଘୃଣା ପ୍ରଚାର କରୁଥିବା ନେଇ ଏଲୋନ୍ ମସ୍କଙ୍କୁ ଦାୟୀ କରିଛି ଖବରକାଗଜ। ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପରେ ଗାର୍ଡିଆନ୍ Xକୁ ବୟକଟ୍ କରିବାକୁ ନିଷ୍ପତ୍ତି ନେଇଛି। ନଭେମ୍ବରରେ ୧୩ରେ ପ୍ରକାଶିତ ଏକ ଆର୍ଟିକିଲରେ ଗାର୍ଡିଆନ୍ କହିଛି ଯେ ଆମେ ଅନୁଭବ କରୁଛୁ ଯେ X ରେ ରହିବା ଆଉ ଉପଯୋଗୀ ନୁହେଁ। ଏଠାରେ ନକାରାତ୍ମକତା ବୃଦ୍ଧି ପାଇଛି। ଗାର୍ଡିଆନ ଆହୁରି କହିଛି, X ବର୍ତ୍ତମାନ ଏକ ବିଷାକ୍ତ ପ୍ଲାଟଫର୍ମରେ ପରିଣତ ହୋଇଛି। ବର୍ତ୍ତମାନ ଏଠାରେ ପ୍ରଚୁର ପରିମାଣରେ ବିଷାକ୍ତ କଣ୍ଟେଣ୍ଟ ଭର୍ତ୍ତି ରହିଛି। ଆମେ ଆମ କଣ୍ଟେଣ୍ଟକୁ ପ୍ରମୋଟ କରିବା ପାଇଁ ଅନ୍ୟ କୌଣସି ସମାଧାନର ବାଟ ବାହାର କରିପାରିବୁ। ନିଜ ରାଜନୈତିକ ଚିନ୍ତାଧାରାକୁ ତୀକ୍ଷ୍ଣ କରିବା ପାଇଁ ଏଲୋନ୍ ମସ୍କ ଏହି ପ୍ଲାଟଫର୍ମକୁ ବ୍ୟବହାର କରୁଛନ୍ତି। କହିରଖୁ ଯେ, ୧୮୨୧ରେ ଦି ଗାର୍ଡିଆନ୍ ପ୍ରତିଷ୍ଠା ହୋଇଥିଲା | ସେତେବେଳେ ଏହାର ନାମ ମଞ୍ଚେଷ୍ଟର ଥିଲା କିନ୍ତୁ ୧୯୫୯ରେ ଏହାର ନାମ ଗାର୍ଡିଆନ୍ ରୂପେ ପରିବର୍ତ୍ତିତ ହୋଇଥିଲା। ଏହାର ମୁଖ୍ୟାଳୟ ଲଣ୍ଡନକୁ ସ୍ଥାନାନ୍ତରିତ ହୋଇଥିଲା। X ରେ ଗାର୍ଡିଆନ୍ର ଅଫିସିଆଲ୍ ଆକାଉଣ୍ଟରେ ୧୦.୮ ନିୟୁତ ଫଲୋଅର୍ସ ଅଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..