Report Card Odisha

| Daily Odia News

୧ ଟଙ୍କା ବଢ଼ିଲା ମଧ୍ୟାହ୍ନ ଭୋଜନ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଅଧିକ ୧ ଟଙ୍କା ଘୋଷଣା କରିଛନ୍ତି। ରାଜ୍ୟର ବିଦ୍ୟାଳୟ ଗୁଡିକରେ ପ୍ରାୟ ୪୩ ଲକ୍ଷରୁ ଅଧିକ ପିଲାଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପିଛା ସରକାର ମଧ୍ୟାହ୍ନ ଭୋଜନ ପାଇଁ ୫ ଟଙ୍କା ୯୨ ପଇସା ଦେଉଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପିଛା ୮ ଟଙ୍କା ୮୨ ପଇସା ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିଲା ପିଛା ମଧ୍ୟାହ୍ନ ଭୋଜନ ପାଇଁ ୧ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ଏଣିକି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଭୋଜନ ନିମନ୍ତେ ପ୍ରତ୍ୟେକ ପିଲା ପିଛା ୬ ଟଙ୍କା ୯୨ ପଇସା ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପାଇଁ ୯ ଟଙ୍କା ୮୨ ପଇସା ଖର୍ଚ୍ଚ କରାଯିବ। ତେବେ ବର୍ତ୍ତମାନର ବଜାର ଦରକୁ ବିଚାରକୁ ନେଲେ ୧ ଟଙ୍କା ବୃଦ୍ଧି ସମୁଦ୍ରକୁ ସଂଖେ ଭଳି। କୋମଳମତି ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଏତିକି ଅର୍ଥ ଯଥେଷ୍ଟ ନୁହେଁ ବୋଲି ବହୁ ପୂର୍ବରୁ ଦାବି ହୋଇ ଆସୁଥିଲେ ମଧ୍ୟ କୌଣସି ସରକାର ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ବାସ୍ତବରେ ପିଲାଙ୍କ ସାମଗ୍ରିକ ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପିଛା ଅନ୍ୟୁନ ୧୫ ଟଙ୍କା ଓ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲା ପିଛା ୨୦ ଟଙ୍କା ବ୍ୟୟ ବରାଦ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Breaking News