ରିପୋର୍ଟ କାର୍ଡ / ପୁରୀ
ଶ୍ରୀମନ୍ଦିରରେ ୪ ଦ୍ଵାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଶନିବାର ସଂକ୍ରାନ୍ତିଠାରୁ ଶ୍ରଦ୍ଧାଳୁମାନେ ୪ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। କିନ୍ତୁ ୩ ଦ୍ଵାର ଦେଇ ପ୍ରସ୍ଥାନ କରିବେ। ଉତ୍ତର ଦ୍ଵାର, ପଶ୍ଚିମଦ୍ଵାର ଏବଂ ଦକ୍ଷିଣ ଦ୍ଵାର ବାଟେ ଶ୍ରଦ୍ଧାଳୁମାନେ ବାହାରକୁ ଆସିବେ। କିନ୍ତୁ ସିଂହଦ୍ଵାର ଦେଇ ପ୍ରସ୍ଥାନ କରିପାରିବେ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ୪ ଦ୍ଵାର ଦେଇ ଶ୍ରଦ୍ଧାଳୁ ଭିତରକୁ ଯାଉଥିଲେ। କିନ୍ତୁ କିଛିଦିନ ପରେ ସେହି ବ୍ୟବସ୍ଥା ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ସରିବା ପରେ ପୁଣି ଥରେ ପ୍ରଶାସନ ଉକ୍ତ ବ୍ୟବସ୍ଥା ଲାଗୁ କରୁଥିବା କୁହାଯାଉଛି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….