Report Card Odisha

| Daily Odia News

ଆରମ୍ଭ ହୋଇଯାଇଛି କଟକର ଐତିହାସିକ ବାଲିଯାତ୍ରା, ସାବରମତୀଠାରୁ ସୁନ୍ଦରୀ ହେବ ମହାନଦୀ….

ରିପୋର୍ଟ କାର୍ଡ / କଟକ

ଉତ୍କଳିୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା ଶୁକ୍ରବାର ଆରମ୍ଭ ହୋଇଛି। ପ୍ରତିବର୍ଷ ଭଳି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକରେ ଏହି ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପରମ୍ପରା ଅନୁଯାୟୀ ମହାନଦୀ ଜଳରେ ବୋଟ ସାହାଯ୍ୟରେ ଆସି ବୈଷ୍ଣବ ପାଣି ମଞ୍ଚରେ ଯାତ୍ରାର ଶୁଭ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଜୀବନଧାରା ମହାନଦୀର ବଦଳିବ ଚିତ୍ର। ଗୁଜରାଟର ସାବରମତୀଠାରୁ ସୁନ୍ଦରୀ ହେବ ମହାନଦୀ। ଯୋଜନାର ରୂପରେଖ ସରିଛି। କେବଳ ଏହାର ପୂର୍ଣ୍ଣତା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ସମ୍ବଲପୁର ଓ କଟକରେ ହେବ ‘ରିଭର ଭ୍ୟୁ ଫ୍ରଣ୍ଟ’ ବା ‘ମହାନଦୀ ବିହାର’। ଏଥିଲାଗି ୫୦ କୋଟି ଟଙ୍କାର ବ୍ୟୟବରାଦ ପାଇଁ ଯୋଜନା ରହିଥିଲାଟ୍ଟ ମାତ୍ର ଏଥିଲାଗି ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ। ଆବଶ୍ୟକ ସ୍ଥଳେ ଆହୁରି ଅଧିକ ଖର୍ଚ୍ଚ କରାଯିବ ବୋଲି ଐତିହାସିକ କଟକ ବାଲିଯାତ୍ରା ଉଦ୍‌ଘାଟନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏଥିସହ ଐତିହାସିକ ବାଲିଯାତ୍ରାକୁ ଜାତୀୟ ନୁହେଁଟ୍ଟ ଆନ୍ତର୍ଜାତିକ ମାନ୍ୟତା ପ୍ରଦାନ କରାଯିବ। ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଛିଟ୍ଟ ତେବେ କେବଳ ସରକାର ନୁହେଁ ସମସ୍ତଙ୍କ ଉଦ୍ୟମ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା​‌ରେ ନୌବାଣିଜ୍ୟକୁ ସୁଦୃଢ଼ କରିବା ପାଇଁ ପାରାଦ୍ବୀପ ବନ୍ଦରର ବିକାଶ କରାଯିବା ସହ ​‌େ​‌ଦ୍ବୖତନଗରୀକୁ ଯୋଡ଼ିବା ଲାଗି କାର‌୍ୟ୍ୟ ଆରମ୍ଭ ହୋଇଥିବା ସେ କହିଛନ୍ତି। ବାଲିଯାତ୍ରାର ସ୍ମୃତି ପ୍ରଖ୍ୟାଳନ କରି ମୁଖ୍ୟମନ୍ତ୍ରୀ କହିଥିଲେ, କଟକରେ ମହାନଦୀର ସୂର‌୍ୟ୍ୟାସ୍ତ ପର‌୍ୟ୍ୟଟକଙ୍କୁ ବିମୋହିତ କରିଥାଏ। ଏପରିକି ଏହି ଗଡ଼ଗଡ଼ିଆ ଘାଟରୁ ସାଧବମାନେ ବଣିଜ ପାଇଁ ବିଦେଶକୁ ଯାଉଥିଲେଟ୍ଟ ଯାହା କଟକର ଐତିହ୍ୟକୁ ଗରିମା ମଣ୍ଡିତ କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଏହି ବୃହତ୍ତମ ସାଂସ୍କୃତିକ ଓ ବାଣିଜ୍ୟିକ ମେଳାକୁ ଉଦ୍‌ଘାଟନ କରି କହିଲେ, ଭାରତର ସର୍ବପୁରାତନ ସହର ମଧ୍ୟରୁ କଟକ ଅନ୍ୟତମ। ବିଶ୍ବରେ ତାରକସି କାରୁକାର‌୍ୟ୍ୟ ଲାଗି କଟକର ସ୍ବତନ୍ତ୍ର ପରିଚୟ ରହିଛି। ମହାନଦୀ ଓ କାଠଯୋଡ଼ି ବିନା ଏହି ସହରର ପରିକଳ୍ପନା କରାଯାଇ ନପାରେ। ମହାନଦୀ କୂଳରେ ପାଚୀନ କାଳରୁ ଚାଲି ଆସୁଥିବା ବାଲିଯାତ୍ରା ସଂସ୍କୃତି ଓ ବାଣିଜ୍ୟର ଏକ ଅପୂର୍ବ ସମାହାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମ୍ୟକ୍‌ ସମାଲୋଚନା କରିଥିଲେ। ଆଜି ବି ଓଡ଼ିଶା ବହୁ ପଛରେ ଓ ଅବହେଳିତ ରହିଛି। ପୂର୍ବରୁ ରାଜ୍ୟରେ କିଏ ଦୁଇ ଥର ତ’ କିଏ ୫ଥର ନେତୃତ୍ବ ନେଇଛନ୍ତି। ଅନେକ ଯୋଜନା କରିଛନ୍ତିଟ୍ଟ ମାତ୍ର ଓଡ଼ିଶାର କିମ୍ବା କଟକ ବାଲିଯାତ୍ରାର ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ନୂଆ ସରକାର ଆଧୁନିକ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ। ବାଲିଯାତ୍ରା ପଡ଼ିଆରୁ ନୂଆ ଓଡ଼ିଶାର ଯାତ୍ରା ଆରମ୍ଭ ହୋଇଥିବା ସେ କହିଥିଲେ। ପ୍ରଥମ ଥର ପାଇଁ ଚଳିତ ବର୍ଷ ବାଲିଯାତ୍ରାରେ ୧୪ ରାଷ୍ଟ୍ରର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟତମ ଅତିଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ, ନେତା, ପ୍ରଶାସକ, ଅନ୍ତର୍ଜାତୀୟ ଅତିଥି ଏଥର ବାଲିଯାତ୍ରା ମଞ୍ଚରେ ଏକାଠି ହୋଇଛନ୍ତି। କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏ ସରକାରକୁ କହିବା ଦରକାର ନାହିଁ, ଜନସାଧାରଣ ଯାହା ଭାବିବେ ତାହା ଏ ସରକାର କରିବ। କଟକ ସାଂସଦ ଭର୍ତ୍ତୃହରି ମହତାବ କହିଲେ, ମହାନଦୀ ବନ୍ଧ ତଳେ ଇତିହାସ ରହିଛି। କଟକର ମହାନଦୀରେ ହିଁ ସବୁଠାରୁ ସୁନ୍ଦର ସୂର‌୍ୟ୍ୟାସ୍ତ ଦେଖିବାକୁ ମିଳିଥାଏ, ଯାହା ରାଜ୍ୟର ଅନ୍ୟ କୌଣସିଠାରେ ନଥାଏ। ବାଲିଯାତ୍ରା କହିଲେ କେବଳ କଟକ ବାଲିଯାତ୍ରା। କଟକକୁ ପର‌୍ୟ୍ୟଟନ ସ୍ଥଳ ମାନ୍ୟତା ଏବଂ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ୟୁନିସ୍କୋ ଦ୍ବାରା ମଳିବା ଦରକାର। ଏବେ ବୈଦେଶିକ ସମ୍ପର୍କ ଦ୍ବାରା ବାଣିଜ୍ୟିକ କାରବାର ବୃଦ୍ଧି କରିବାର ସମୟ ଆସିଛି ବୋଲି ସେ ମତପ୍ରକାଶ କରିଥିଲେ।

ନଭେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିବା ବାଲିଯାତ୍ରା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ | ଚଳିତବର୍ଷ ଉପର ଓ ତଳ ପଡ଼ିଆକୁ ମିଶାଇ ମୋଟ୍‌ ୩୨ ଏକର ଜାଗାରେ ୨୫୦୦ରୁ ଅଧିକ ଷ୍ଟଲ କରାଯାଇଛି। ବାଲିଯାତ୍ରାକୁ ଭବ୍ୟ ଓ ଆକର୍ଷଣୀୟ କରିବା ସହ ଅନ୍ତର୍ଜାତୀୟ ସ୍ତରରେ ପହଁଞ୍ଚାଇବା ପାଇଁ ୧୩ଟି ଦେଶର ରାଷ୍ଟ୍ରଦୂତଙ୍କୁ ଅତିଥି କରାଯିବା ସହ ୮ଟି ଦେଶର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। କଟକ ଇନ୍‌ କଟକରେ ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ସ୍ମୃତିକୁ ମନ ପକେଇବାକୁ ପ୍ରୟାସ କରିଛି ପ୍ରଶାସନ। ସୀତା ବିବାହ, ହୀରାଲୀଳା, ଗପ ହେଲେବି ସତ ଓ ଚିହ୍ନା ଅଚିହ୍ନା ପରି ଲୋକପ୍ରିୟ ଓଡ଼ିଆ ଫିଲ୍ମର ପୋଷ୍ଟର ଗ୍ୟାଲେରୀ ପ୍ରଦର୍ଶୀତ ହେବା ସହ ପୁରୁଣା ଓଡ଼ିଆ ଫିଲ୍ମ ଦେଖିବା ପାଇଁ ଆମ୍ପିଥିଏଟର କରାଯାଇଛି। ଆଉ ସେଠାରେ ଓଡ଼ିଆ ଚଳଚ୍ଚିତ୍ରର ଚର୍ଚ୍ଚିତ ଡିଏଲଗ ଓ ସଂଗୀତ ଅଡିଓ ମାଧ୍ୟମରେ ପ୍ରଦର୍ଶିତ କରାଯିବ। ସେହିପରି ଚଳିତବର୍ଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ସାଉଥ୍ ଇଷ୍ଟ ଏସିଆ ପାଭିଲିୟନ। ଜାଭା, ସୁମାତ୍ରା, ବାଲି ଇଣ୍ଡୋନେସିଆ ପରି ଦେଶ ସହିତ ଆମ ଦେଶର ନୌବାଣିଜ୍ୟ ପରମ୍ପରା ସମ୍ପର୍କର ତଥ୍ୟ ଜାଣିପାରିବେ ଦର୍ଶକ। ଏହାସହ ନଦୀ ଭିତରେ ଡ୍ରୋନ୍‌ ଶୋ’ ମାଧ୍ୟମରେ ଓଡ଼ିଆ ସଂସ୍କୃତି ପରମ୍ପରା ସହ ମହାପୁରୁଷଙ୍କ ଫଟୋ ଓ ଓଡ଼ିଶାର ଇତିହାସ ସମ୍ପର୍କରେ ଅବଗତ କରାଯିବ। କେବଳ ସେତିକି ନୁହେଁ, ମନୋରଞ୍ଜନର ଭରପୁର ଖୋରାକ ଯୋଗାଇବ ବାଲିଯାତ୍ରା। ହଲିଉଡ୍‌ର ଚର୍ଚ୍ଚିତ ଫିଲ୍ମ ଅବତାର ଆନିମେସନର ଥିମ୍‌ ଭଳି ଅନନ୍ତ ଦୁନିଆ ବା ଇନଫିନିଟି ୱଆଲ୍‌ଡର‌ ମଜା ନେବେ ଦର୍ଶକ। ବାଲିଯାତ୍ରାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ବଲିଉଡ୍‌ କଣ୍ଠଶିଳ୍ପୀ ସୋନୁ ନିଗମ, ସୁରେଶ ୱାଡେକର, ଅନୁପ ଜୋଲେଟା ସଙ୍ଗୀତ ପରିବେଷଣ କରିବେ। ଏହାଛଡ଼ା ଓଲିଉଡ୍‌ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ଦିପ୍ତିରେଖା ପାଢୀ ପ୍ରମୁଖ କଳାକାରମାନେ ବୈଷ୍ଣବ ପାଣି ମଞ୍ଚ ଏବଂ ଅକ୍ଷୟ ମହାନ୍ତିଙ୍କ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

Breaking News