Report Card Odisha

| Daily Odia News

ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା….

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡି ୫ ବର୍ଷ ପୂର୍ବରୁ ପୁଣି କ୍ଷମତାକୁ ଫେରିବା ନେଇ ନେତାଙ୍କ ବୟାନ ସାମ୍ନାକୁ ଆସି ସାରିଛି। ଏମିତି ସ୍ଥିତିରେ ସେମାନଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର । ସେ କହିଛନ୍ତି ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା । ଦଳର ଯେଉଁ ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ । ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାରକୁ ଆସିଛି। ଏବେ ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ନେଇ ଗୁଜବ ଉଠିବା ଅବାସ୍ତବ । ଏପରି ଅବାସ୍ତବ କଥା କହିବାକୁ ସେମାନେ ସ୍ବୀକୃତିପ୍ରାପ୍ତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ କହିଛନ୍ତି କି ନାହିଁ ଜାଣିନି। ବିଜେପି ସହ ଆମେ ସମଦୂରତାରେ ଅଛୁ। କଂଗ୍ରେସ ସହ ଆମେ କେବେ ନ ଥିଲୁ। ଯେଉଁମାନେ ବିଜେଡି କଂଗ୍ରେସ ସହ ମିଶି ସରକାର ଗଢିବା କଥା କହୁଛନ୍ତି ସେମାନଙ୍କ ମତିଭ୍ରମ ହୋଇଛି। ଏପରି ମନ୍ତବ୍ୟ ଦେଇ ସେମାନେ ନିନ୍ଦିତ ହେଉଥିବା ସେ କହିଛନ୍ତି।

Breaking News