ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତାକାଲି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡର ନିର୍ବାଚନର ଫଳାଫଳ ଆସିବ । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଝାଡଖଣ୍ଡର ୮୧ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ କରିଛନ୍ତି ଭୋଟର । P-MARQର ଆକଳନ ଅନୁସାରେ, ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୧୩୭ରୁ ୧୫୭ ସିଟ୍ ମିଳିପାରେ। ମହା ବିକାଶ ଅଘାଡିକୁ ମିଳିପାରେ ୧୨୬ରୁ ୧୪୬ ଓ ଅନ୍ୟାନ୍ୟଙ୍କୁ ମିଳିପାରେ ୨ରୁ ୮ଟି ସିଟ୍। ସେପଟେ ଝାଡଖଣ୍ଡରେ ଏନଡିଏ ଆଗରେ ଥିବା ଏକଜିଟ୍ ପୋଲ୍ ଆକଳନରେ ଜଣାପଡ଼ିଛ। MATRIZEର ଆକଳନ ଅନୁସାରେ ଝାଡଖଣ୍ଡରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ୪୨ରୁ ୪୭ଟି ସିଟ୍ ମିଳିବା ସମ୍ଭାବନା ରହିଛି। ସେହିପରି ମହାଗଠବନ୍ଧନକୁ ୨୫ରୁ ୩୦ ଆସନ ମିଳିପାରେ। ଅନ୍ୟାନ୍ୟ ଦଳ ୧ରୁ ୪ଟି ଆସନ ପାଇପାରନ୍ତି।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….