ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ୱର
ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଉଦ୍ ବୋଧନ ଦେଇଛନ୍ତି | ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନ ବୈଷ୍ଣବ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ସଂସ୍କୃତି-ପରମ୍ପରାକୁ ପ୍ରଶଂସା କରିବା ସହ ସନ୍ଥ କବି ଭୀମ ଭୋଇଙ୍କୁ ମନେ ପକାଇଛନ୍ତି। ଭକ୍ତ ସାଲବେଗ, ଜଗନ୍ନାଥ ଦାସ ଆଦିଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। କହିଛନ୍ତି, ”ଓଡ଼ିଶା ପର୍ବକୁ ଆସି ମୁଁ ଖୁବ୍ ଗର୍ବିତ। ଓଡ଼ିଶା ଆରମ୍ଭରୁ ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ। ଭୀମ ଭୋଇ କହିଥିଲେ ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ଏହା ହିଁ ଓଡ଼ିଶାର ସଂସ୍କୃତି।” ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଆ ବୀରମାନଙ୍କ ଅବଦାନ ଅତୁଳନୀୟ। ପାଇକ ବିଦ୍ରୋହ ଏହାର ଏକ ଉଦାହରଣ। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହେବା ଗର୍ବର ବିଷୟ। ଓଡ଼ିଶାର ମହିଳାମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସୁଭଦ୍ରା ଯୋଜନା ବାବଦରେ ମଧ୍ୟ ଆଲୋକପାତ କରିଥନ୍ତି ପ୍ରଧାନମନ୍ତ୍ରୀ। କିଛିଦିନ ପୂର୍ବରୁ ଓଡ଼ିଶାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମୁଦ୍ର ପଥରେ ବାଣିଜ୍ୟ-ବ୍ୟବସାୟକୁ ଉତ୍କଳୀୟ ମାନେ ହିଁ ଆଗକୁ ବଢାଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯେତେବେଳେ ଟେକ୍ନୋଲୋଜି ନଥିଲା, ସେତେବେଳେ ଓଡିଆମାନେ ସମୁଦ୍ରରେ ଯାତ୍ରା କରୁଥିଲେ। ଉତ୍କଳବାସୀ ସାମୁଦ୍ରିକ ସାମର୍ଥ୍ୟକୁ ବିସ୍ତାର ଦେଇଥିବା ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ ଆହୁରି କହିଛନ୍ତି, ୨୦୩୬ରେ ଓଡ଼ିଶା ରାଜ୍ୟ ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ପାଳିବ। ଦିନ ଥିଲା ପୂର୍ବ ଭାରତକୁ ପଛୁଆ ମନେ କରା ଯାଉଥିଲା। ମୁଁ କିନ୍ତୁ ପୂର୍ବ ଭାରତକୁ ବିକାଶର ଇଞ୍ଜିନ୍ ମନେ କଲି। ଗତବର୍ଷ ଅପେକ୍ଷା ଏଥର ଓଡ଼ିଶାକୁ ୩୦% ଅଧିକ ବଜେଟ୍ ଦିଆଯାଇଛି। ଓଡ଼ିଶା ହେଉଛି ମାଇନିଂ ଓ ମେଟାଲ୍ ପାୱାର ହବ୍। ନୂଆ ସରକାର ଗଠନର ଶହେ ଦିନରେ ୪୫ ହଜାର କୋଟି ନିବେଶକୁ ମଞ୍ଜୁରୀ ମିଳିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……