ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ | ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ବିଧେୟକ ସମେତ ୧୫ଟି ବିଧେୟକକୁ ଗୃହୀତ କରିବା ଲାଗି ତାଲିକାଭୁକ୍ତ କରିଛନ୍ତି। ଆଜି ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉଦବୋଧନ ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ କହିଥିଲେ ଆମେ ସମସ୍ତେ ସମ୍ବିଧାନର ୭୫ ବର୍ଷରେ ପ୍ରବେଶ କରିଛୁ। ନୂଆ ସାଂସଦ ମାନେ ନୂଆ ଆଶା ନେଇ ଏଠାକୁ କାମ କରିବାକୁ ଆସିଛନ୍ତି। ଅନେକ ସମସ୍ୟା ରହିଛି , ଅନେକ ବିଷୟରେ ଆଲୋଚନା ମଧ୍ୟ କରିବାର ଅଛି। କିଛି ସାଂସଦ ଲୋକଙ୍କ ଭାବନାକୁ ବୁଝନ୍ତିନି, ତାଙ୍କ ଦାୟିତ୍ଵ ଭୁଲିଯାନ୍ତି। ସେଥିପାଇଁ ଜନତା ତାଙ୍କୁ ବାରମ୍ବାର ଅସ୍ଵୀକାର କରିଛନ୍ତି। ହଙ୍ଗାମା ନ କରି ସଂସଦରେ ଚାଲିଥିବା ଚର୍ଚ୍ଚାରେ ସାମିଲ ହୁଅନ୍ତୁ । ସମସ୍ତ ଦଳର ନୂଆ ସାଂସଦଙ୍କୁ କହିବାକୁ ସୁଯୋଗ ମିଳୁ। ଆଶା କରୁଛି ଏହି ଅଧିବେଶନ ଅତ୍ୟନ୍ତ ଭଲ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅନ୍ୟପଟେ ବିରୋଧୀ ଦଳଗୁଡିକ ଏହି ଅଧିବେଶନ କାଳରେ ଗୌତମ ଅଦାନୀଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ପ୍ରସଙ୍ଗକୁ ନେଇ ଗୃହରେ ହୋହଲ୍ଲା କରିବେ। ଏହା ସହିତ ମଣିପୁର ହିଂସା, ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ଆଦି ବିଭିନ୍ନ ପ୍ରସଙ୍ଗରେ ଗୃହ କମ୍ପିବ।






More Stories
୨୦ରୁ ସଂସଦର ମୌସୁମୀ ଅଧିବେଶନ…..
ରାମ ମନ୍ଦିରରୁ ଚୋରି ଘଟଣା ଦୁଃଖଦାୟକ…..
ଯେକୌଣସି ମୁହୁର୍ତ୍ତରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ…..