ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ଵରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁନ। ଏକ ଭିଡିଓ ବାର୍ତ୍ତା ଜାରି କରି ପନ୍ନୁନ ଏହି ଧମକ ଦେଇଛି। ଓଡିଶା ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ଆୟୋଜନ କରୁଛି। ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା(ଏନଏସଏ) ଅଜିତ ଡୋଭାଲ ଯୋଗ ଦେଉଛନ୍ତି | ଶିଖ୍ ଫର ଜଷ୍ଟିସ୍ (SFJ) ମୁଖ୍ୟ ପନ୍ନୁନ୍ ଭିଡିଓ ବାର୍ତ୍ତାରେ ଦାବି କରିଛନ୍ତି ଯେ, ଏହି ସମ୍ମିଳନୀ ରାଜଧାନୀ ଓଡିଶା ପାଇଁ ସବୁଠାରୁ ବଡ ସୁରକ୍ଷା ବିପଦ ଆଣିଛି। ଓଡିଶା ରାଜଧାନୀକୁ ଏକ ‘ମନ୍ଦିର’ ସହର ନୁହେଁ, ‘ଆତଙ୍କବାଦୀ’ ସହର | ଭିଡିଓରେ ସେ କହିଛି ଯେ, ହିନ୍ଦୁତ୍ଵ ଚିନ୍ତାଧାରା ଅଧୀନରେ ଏହି ଡିଜିପି ସମ୍ମିଳନୀ କରାଯାଉଛି। ଖଲିସ୍ତାନ ଶିଖଙ୍କ ସମର୍ଥନକାରୀ, କାଶ୍ମୀରୀ ଯୋଦ୍ଧା, ଆତଙ୍କବାଦୀ ଏବଂ ମାଓବାଦୀଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଉଛି। ମୋଦୀ-ଶାହ-ଡୋଭାଲ ଭୁବନେଶ୍ଵରକୁ ବଡ଼ ବିପଦ ଆଣୁଛନ୍ତି ବୋଲି ସେ କହିଛି। ଛଦ୍ମବେଶରେ ଆସି ଭୁବନେଶ୍ଵରର ମନ୍ଦିର, ହୋଟେଲରେ ଲୁଚି ରହି ଏହି ସମ୍ମିଳନୀକୁ ଭଣ୍ଡୁର କରିବାକୁ ପନ୍ନୁନ ଖଲିସ୍ତାନୀମାନଙ୍କୁ ଆହ୍ବାନ କରିଛି। ତେବେ ଏଭଳି ଧମକପୂର୍ଣ୍ଣ ବାର୍ତ୍ତାକୁ ନେଇ ଡିଜିପି ଓ୍ବାଇ.ବି. ଖୁରାନିଆ କହିଛନ୍ତି ଯେ, ଯେକୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସ ସହରରେ ସୁରକ୍ଷାକୁ କଡାକଡି କରିଛି। ସୁରକ୍ଷା ବ୍ୟବସ୍ଥାର ଏକ ଅଂଶ ଭାବରେ କମିଶନରେଟ୍ ପୋଲିସ ଏଠାରେ ଅତି କମରେ ପାଞ୍ଚଟି ସ୍ଥାନକୁ ନୋ-ଫ୍ଲାଏ ଜୋନ୍ ବୋଲି ଘୋଷଣା କରିଛି।






More Stories
ଭୁବନେଶ୍ୱର ଗଣବଳାତ୍କାର:ଝିଅମାନେ ରାତି ୮ଟା ପରେ…..
ବଢ଼ିବ ଜମି ମୂଲ୍ୟ…..
ବିଶ୍ଵସନୀୟତା ହରାଉଛି ସରକାର….