ବେଗୁନିଆ : ଖୋର୍ଦ୍ଧା ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ ଆଜି ଭୋର ସମୟରେ ବେଗୁନିଆ, ବାଘମାରୀ ଏବଂ ଖୋର୍ଦ୍ଧା ଥାନା ଅଂଚଳରେ ଥିବା ବିଭିନ୍ନ ସ୍ଥାନରେ ଚଢ଼ଉ କରି ୬୪ଲିଟର ଦେଶୀ ମଦ ଜବତ କରିବା ସହିତ ପୃଥକ ମାମଲାରେ ୫ ଜଣଙ୍କୁ ଗିରଫ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ଟିମ ବେଗୁନିଆ ,ବାଘମାରୀର ପୋଡାଡିହ ଏବଂ ଖୋର୍ଦ୍ଧାର ବରସାହି ଏବଂ ଚାନ୍ଦପୁର ଗ୍ରାମରେ ଚଢ଼ଉ କରିଥିଲେ । ବିଭିନ୍ନ ସ୍ଥାନରୁ ପୃଥକ ଭାବେ ୬୪ ଲିଟର ଦେଶୀ ମଦ ଜବତ କରିବା ସହିତ ବେଗୁନିଆର ସୌଭାଗ୍ୟ ରଞ୍ଜନ ନାୟକ, ନୃସିଂହ ଚରଣ ସାହୁ ବାଘମାରଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ନରସିଂହ ମଲ୍ଲିକ ଏବଂ ଖୋର୍ଦ୍ଧା ଥାନା ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ସତ୍ୟନାରାୟଣ ମହାପାତ୍ର ଓ ବରସାହିର ବିଜୟ ବେହେରାଙ୍କୁ ଗିରଫ କରି ୫ ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଛି ।
୬୪ ଲିଟର ଦେଶୀ ମଦ ଜବତ, ୫ ଜଣ ଗିରଫ






More Stories
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….