ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ବୁଧବାରଠାରୁ ଘଡ଼ଘଡ଼ି ସହ ବର୍ଷା ହେବବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଫେବ୍ରୁଆରି ୧୯ରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୦ ତାରିଖରୁ ଉତ୍ତର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି। ସେହିପରି ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜରେ ହାରାହାରି ୯୦ ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳରେ ୩୦ ମିମି ଯାଏ ବର୍ଷା ହୋଇପାରେ । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ କଟକରେ ୫ରୁ ୧୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅପରପକ୍ଷରେ ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳର ଗଞ୍ଜାମ, ଗଜପତି ଓ ଫୁଲବାଣୀରେ ସ୍ବଳ୍ପ ବର୍ଷା ହୋଇପାରେ । ୧୯ରେ ଭଦ୍ରକ ଓ ମୟୂରଭଞ୍ଜର ଅଳ୍ପ କିଛି ସ୍ଥାନରେ ପାଗ ମେଘୁଆ ରହିବା ସହ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ୨୦ରେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ବିସ୍ତୃତ ଅଞ୍ଚଳରେ ୨୦ରୁ ୨୫ମିମି ବର୍ଷା ସମ୍ଭାବନା ଅଛି। ଢେଙ୍କାନାଳ, କେନ୍ଦୁଝର ଓ ଯାଜପୁରରେ ୧୦ରୁ ୨୦ମିମି ବର୍ଷା ହୋଇପାରେ ।






More Stories
ଭିଜିଲାନ୍ସ ଜାଲରେ ଟ୍ରେଜେରୀ ଅଫିସର କିରାଣୀ…..
୨ ପର୍ଯ୍ୟଟକ ମୃତ…..
ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ…..